ETV Bharat / entertainment

ବକ୍ସ ଅଫିସରେ ନିଆଁ ଲଗାଇବ 'ଗେମ ଚେଞ୍ଜର'! ପ୍ରଥମ ଦିନରେ କରିପାରେ ଏତିକି ଆୟ - GAME CHANGER COLLECTION PREDICTION

ରାମ ଚରଣଙ୍କ ଅଭିନୀତ 'ଗେମ୍ ଚେଞ୍ଜର' ମୁକ୍ତିଲାଭ କରିଛି । ଫିଲ୍ମ ଲୋକଙ୍କ ମନ ଜିଣୁଥିବା ବେଳେ ପ୍ରଥମ ଦିନରେ କେତେ ଆୟ କରିବ ? ଜାଣନ୍ତୁ,

Game Changer Box Office Collection
Game Changer Box Office Collection (film poster)
author img

By ETV Bharat Entertainment Team

Published : 5 hours ago

ହାଇଦ୍ରାବାଦ: ମକର ସଂକ୍ରାନ୍ତି ଅବସରରେ 'ଗେମ ଚେଞ୍ଜର' ରିଲିଜ ହୋଇଥିବା ବେଳେ ଏହା ଦର୍ଶକଙ୍କ ପାଇଁ ବେଶେ ମନୋରଞ୍ଜନକାରୀ ପ୍ରମାଣିତ ହୋଇଛି । ଆଜି ଶୁକ୍ରବାର (ଜାନୁଆରୀ ୧୦) ଦିନ ରାମ ଚରଣଙ୍କ ଫିଲ୍ମ ପରଦାକୁ ଆସିଛି । ଏହି ରାଜନୈତିକ ଆକ୍ସନ୍ ଡ୍ରାମା ଫିଲ୍ମ ଶିଳ୍ପରେ ବହୁତ ଚର୍ଚ୍ଚା ସୃଷ୍ଟି କରିଛି କାରଣ ଏହା ନିର୍ଦ୍ଦେଶକ ଶଙ୍କରଙ୍କ ସହ 'RRR' ଅଭିନେତାଙ୍କର ପ୍ରଥମ ସହଯୋଗ । ଶଙ୍କରଙ୍କ ଶେଷ ଫିଲ୍ମ 'ଇଣ୍ଡିଆନ 2' ବକ୍ସ ଅଫିସରେ ଫ୍ଲପ୍ ପ୍ରମାଣିତ ହୋଇଥିଲା । ତେଣୁ, ଶଙ୍କର ତାଙ୍କର ତେଲୁଗୁ ଡେବ୍ୟୁ ଫିଲ୍ମ 'ଗେମ୍ ଚେଞ୍ଜର'ରୁ ଭାରତୀୟ ବକ୍ସ ଅଫିସରେ ଏକ ଭଲ ପ୍ରତିକ୍ରିୟା ଆଶା କରୁଛନ୍ତି । ଏପରି ସମୟରେ ପ୍ରଥମ ଦିନରେ ଫିଲ୍ମକୁ ନେଇ ଦର୍ଶକ ପ୍ରଶଂସା କରୁଥିବା ବେଳେ ଓପନିଂ ଦିନରେ ଫିଲ୍ମ ମୋଟା ଅଙ୍କର ଆୟ କରିପାରେ ବୋଲି କୁହାଯାଉଛି ।

ପ୍ରଥମ ଦିନରେ କରିପାରେ ଏତିକି ଆୟ

ସାକନିଲ୍କଙ୍କ ଅନୁସାରେ, ଏହି ଫିଲ୍ମ ତେଲୁଗୁ 2D ସଂସ୍କରଣ ପାଇଁ 726130 ଟିକେଟ ବିକ୍ରି ହୋଇଥିବା ବେଳେ ତାମିଲ 2D 48884 ଟିକେଟ ବିକ୍ରି ହୋଇଛି । ହିନ୍ଦୀ 2D 1,43,146 ଟି ଟିକେଟ ବିକ୍ରି ହୋଇଛି। ରାମ ଚରଣ ଏବଂ କିଆରା ଆଡଭାନୀଙ୍କ ନୂତନ ପାରିବାରିକ ରାଜନୈତିକ ନାଟକ 'ଗେମ୍ ଚେଞ୍ଜର' ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ଆରମ୍ଭ କରିବ ବୋଲି ଆଶା କରାଯାଉଛି ଏବଂ ଏହା ବ୍ଲକ ହୋଇଥିବା ସିଟ୍ ସହ ସାରା ଭାରତରେ ମୋଟ ବକ୍ସ ଅଫିସ୍ କଲେକ୍ସନ ପ୍ରାୟ 43.55 କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ, ଫିଲ୍ମ ଇଣ୍ଡଷ୍ଟ୍ରି ଟ୍ରାକର ମନୋବାଲା ବିଜୟବାଲନ ଦାବି କରିଛନ୍ତି ଯେ ରାମ ଚରଣଙ୍କ 'ଗେମ୍ ଚେଞ୍ଜର' ସାରା ବିଶ୍ୱରେ 65 କୋଟି ଟଙ୍କାରୁ ଅଧିକ ଆୟ କରିବ। ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, 'ବିଶ୍ୱବ୍ୟାପୀ ବକ୍ସ ଅଫିସରେ 'ଗେମ୍ ଚେଞ୍ଜର'ର ଆଗୁଆ ରୋଜଗାର 65 କୋଟି ଟଙ୍କା ଅତିକ୍ରମ କରିଛି । ସେହିପରି ଟ୍ରେଡ ଆନାଲିଷ୍ଟ ରମେଶ ବାଲାଙ୍କ ଅନୁସାରେ, 'ଗେମ ଚେଞ୍ଜର' ବକ୍ସ ଅଫିସରେ ଏକ ଭଲ ଓପନିଂ କରିବ ଏବଂ ଭାରତୀୟ ବକ୍ସ ଅଫିସରେ ପ୍ରାୟ 70 କୋଟି ଟଙ୍କା ସହ ଆରମ୍ଭ କରିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ପରଦାରେ 'ଗେମ ଚେଞ୍ଜର', ଫିଲ୍ମ ହିଟ୍ ନା ଫ୍ଲପ୍ ? ଜାଣନ୍ତୁ ରିଭ୍ୟୁ

'ଗେମ ଚେଞ୍ଜର' ବିଷୟରେ କହିବାକୁ ଗଲେ, ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍ ଦ୍ୱାରା ନିର୍ମିତ କରିଥିବା ବେଳେ ଏଥିରେ ରାମ ଚରଣଙ୍କ ବ୍ୟତୀତ କିଆରା ଆଡଭାନୀ, ଅଞ୍ଜଲି, ଏସ.ଜେ ସୂର୍ଯ୍ୟ, ଶ୍ରୀକାନ୍ତ, ଜୟରାମ, ସୁନୀଲ, ସାମୁଥିରକାନି ଏବଂ ନାସରଙ୍କୁ ପ୍ରମୁଖ କଳାକାର ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ରାମ ଚରଣଙ୍କ 'ଗେମ୍ ଚେଞ୍ଜର'ର ରନ୍ ସମୟ ହେଉଛି 2 ଘଣ୍ଟା 45 ମିନିଟ୍ । ନିର୍ଦ୍ଦେଶକ ଶଙ୍କର ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଯିଏ ପୂର୍ବରୁ 'ହିନ୍ଦୁସ୍ତାନୀ', 'ଇଣ୍ଡିଆନ୍ ୨', 'ଅପରିଚିତ', 'ରୋବଟ୍' ଭଳି ହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.