ଆଜି ଗଣେଶ ଚତୁର୍ଥୀ, ଦେଖନ୍ତୁ ମୁମ୍ବାଇ ସିଦ୍ଧି ବିନାୟକ ମନ୍ଦିରର ସ୍ବତନ୍ତ୍ର ପୂଜାର୍ଚ୍ଚନା - ମୁମ୍ବାଇ ସିଦ୍ଧି ବିନାୟକ ମନ୍ଦିର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-13024968-thumbnail-3x2-gopal.jpg)
ମୁମ୍ବାଇ: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଚାରିଆଡେ କେବଳ ଗଜାନନଙ୍କ ଚାଲିଛି ପୂଜାର୍ଚ୍ଚନା। ଚଳିତ ବର୍ଷ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ଗଣପତି ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ପୂଜାର୍ଚ୍ଚନା କରାଯାଇଛି। ମହାମାରୀ ଯୋଗୁଁ ଗଣେଶ ଚତୁର୍ଥୀ ଅବସରରେ ମନ୍ଦିରର ପୂଜକ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ ଯାହାକୁ ଲୋକେ ଲାଇଭ ଟେଲକାଷ୍ଟ ଫେସବୁକ ଲାଇଭ ମାଧ୍ୟମରେ ପ୍ରସାରଣ କରାଯାଇଛି । ଗଣେଶ ଚତୁର୍ଥୀ ଅବସରରେ ମୁମ୍ବାଇର ଏହି ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭିଡ ଦେଖିବାକୁ ମିଳିଥାଏ କିନ୍ତୁ କୋରୋନା ଯୋଗୁଁ ଭକ୍ତଙ୍କ ଦର୍ଶନକୁ କଟକଣା ଲାଗୁ କରାଯାଇଛି।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ