ରାଜଧାନୀରେ କଡାକଡି ଚାଲିଛି ପୋଲିସ ପାଟ୍ରୋଲିଂ - କୋରୋନା

🎬 Watch Now: Feature Video

thumbnail

By

Published : Apr 4, 2020, 1:18 PM IST

ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଶୁକ୍ରବାର ରାତି 8ରୁ 48 ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି । ଓଡିଶାରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସରକାର ଭୁବନେଶ୍ବର ସମେତ କଟକ ଓ ଭଦ୍ରକରେ ସଟଡାଉନ ଘୋଷଣା କରିଛନ୍ତି । ତେବେ ଶନିବାର ସକାଳ 6ଟାରୁ ଭୁବନେଶ୍ୱରର 6ଟି ଜୋନରେ 75 ପ୍ଲାଟୁନ ପୋଲିସ ମୁତୟନ ହୋଇ ଏହି ଯାଞ୍ଚ୍ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ଏଥିରେ 95ଟି ପୋଲିସ ଭ୍ୟାନ ଓ 400 ରୁ ଉର୍ଦ୍ଧ୍ବ ପୋଲିସ କର୍ମୀଙ୍କ ସହ ସବୁ ଉଚ୍ଚ ପଦସ୍ତ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ପ୍ରଥମେ ପାଟ୍ରୋଲିଂ କରି ମାଇକ ଯୋଗେ ଲୋକଙ୍କୁ ତାଗିଦ କରିବା ସହ ଯେଉଁମାନେ ନିୟମ ଉଲ୍ଲଙ୍ଘନ କରି ବାହାରେ ବୁଲୁଛନ୍ତି ସେମାନଙ୍କୁ ଉଠାଇ ନେଇ କ୍ବାରାନଣ୍ଟାଇନ ସେଲଟରକୁ ପଠାଇ ଦିଆଯାଉଛି । ଯଦି ଲୋକମାନେ ଜାଣିଶୁଣି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ପୋଲିସ ଆଗକୁ କଠୋର ହେବ ବୋଲି ସୂଚନା ମିଳିଛି । ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.