ରାଇରଙ୍ଗପୁରରେ ନିରାଡମ୍ବରରେ ପାଳନ ହେଉଛି ମା' ଦୁର୍ଗାଙ୍କ ମହାଦଶମୀ ପୂଜା - maa durga Dashami puja
🎬 Watch Now: Feature Video
ରାଇରଙ୍ଗପୁର: ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମ ଏବଂ ପାପ ଉପରେ ପୁଣ୍ୟର ବିଜୟର ସ୍ଵରୁପ ହେଉଛି ବିଜୟା ଦଶମୀ। ତେବେ ଆଜି ସକାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇ ମଣ୍ଡପରେ ମହାଦଶମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ମହାଦଶମୀ ପୂଜା, ହୋମ, ପୁଷ୍ପାଞ୍ଜଳି ପ୍ରକ୍ରିୟା ପରେ ଯୋଗିନୀ ପୂଜା ଓ ଅପରାଜିତା ପୂଜା ସମ୍ପନ୍ନ ହୋଇଥିଲା। ସନ୍ଧ୍ୟା ସମୟରେ ମା'ଙ୍କ ଆରତୀ ସମ୍ପନ୍ନ ପରେ ଘଟ ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଢୋଲ, ଶଙ୍ଖ, ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପି ଉଠୁଛି ମା' ଦୁର୍ଗାଙ୍କ ପୀଠ। ମଣ୍ଡପରେ ମହାଦଶମୀ ପୂଜା ଅବସରରେ ମନ୍ତ୍ର ଧ୍ବନିରେ ଚଉଦିଗ ପ୍ରକମ୍ପିତ ହୋଇଉଠୁଛି। କୋଭିଡ ଗାଇଡଲାଇନ ଅନୁଯାୟୀ ରାଇରଙ୍ଗପୁର ସହରରେ ନିରାଡମ୍ବର ଭାବରେ ଜଗତ ଜନନୀ ମା' ଦୁର୍ଗା ଙ୍କ ମହାଦଶମୀ ପୂଜା ପାଳନ କରାଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ