thumbnail

By

Published : Jun 19, 2020, 11:37 AM IST

ETV Bharat / Videos

ଅଳ୍ପ ସେବାୟତ ଓ ପୋଲିସ ବାହିନୀ ମଧ୍ୟରେ ରଥଯାତ୍ରା ହୋଇପାରିବ: ଶଙ୍କରାଚାର୍ଯ୍ୟ

ପୁରୀ: ଚଳିତବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପଇଛି। ଏହି ବାବଦରେ ପ୍ରତିକ୍ରିୟା ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରେ କୋର୍ଟଙ୍କ ନିଷ୍ପତ୍ତି ସ୍ବାଗତ ଯୋଗ୍ୟ । ହେଲେ ରଥଯାତ୍ରା ବନ୍ଦ କରିବା ଠିକ ନୁହେଁ । ଅଳ୍ପ ସେବାୟତ ଓ ପୋଲିସ ବହିନୀ ସାହାଯ୍ୟରେ ରଥଯାତ୍ରା ଅୟୋଜନ ହୋଇ ପାରିବ ବୋଲି ଶଙ୍କରାଚାର୍ଯ୍ୟ ମତ ଦେଇଛନ୍ତି। ଭକ୍ତମାନେ ମଧ୍ୟ ଟେକ୍ନୋଲିଜି ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ ବୋଲି କହିଛନ୍ତି ଜଗତଗୁରୁ । ଏହି ନିଷ୍ପତ୍ତିର ପୁନର୍ବିଚାର ହେବାର ଆବଶ୍ୟକତା ଥିବା ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.