ସିମଲାରେ ବରଫପାତ ଜାରି, ଫଟୋ ଉଠାଇ ମଜାନେଉଛନ୍ତି ପର୍ଯ୍ୟଟକ - ସିମଲାରେ ବରଫପାତ ଜାରି
🎬 Watch Now: Feature Video
ସିମଲା: ଶୀତ ଦିନର ଆଗମନରେ ପର୍ବତ ନଗରୀ ହିମାଚଳପ୍ରଦେଶରେ ବରଫପାତ ଆରମ୍ଭ ହୋଇଯାଇଛି । ଆଉ ଶୁଭ୍ର ହିମଚାଦରରେ ସଜେଇ ହୋଇଛି ସମଗ୍ର ଅଞ୍ଚଳ । ଶୁକ୍ରବାର ବିଳମ୍ବିତ ରାତିରେ ସିମଲାରେ ଆରମ୍ଭ ହୋଇଯାଇଥିଲା ବରଫପାତ । ଏହାପରେ ସହରରେ 5 ଇଞ୍ଚର ବରଫ ଜମା ହୋଇରହିଛି । ଫଳରେ ଉକ୍ତ ଅଞ୍ଚଳ ଅତିବ ମନୋରମ ହୋଇଉଠିଛି । ତେବେ ଏତେ ମାତ୍ରାରେ ବରଫ ଜମାହୋଇଥିବା ଯୋଗୁଁ ରାସ୍ତାରେ ଅନେକ ସମୟ ଧରି ଯାନବାହନ ଅଟକି ରହିଥିଲା ।
ତେବେ ଏଭଳି ପରିବେଶର ସମ୍ପୂର୍ଣ୍ଣ ମଜା ଉଠାଇଛନ୍ତି ପର୍ଯ୍ୟଟକ । ସକାଳୁ ସକାଳୁ ପର୍ଯ୍ୟଟକମାନେ ସହରର ରିଜ ମୈଦାନ ଓ ପାହାଡି ଅଞ୍ଚଳକୁ ଯାଇ ଫଟୋ ଉଠାଇବା ସହ ବରଫରେ ଖେଳୁଥିବାର ଦେଖିବାକୁ ମିଳିଛି । ତେବେ ଡିସେମ୍ବର 16 ପର୍ଯ୍ୟନ୍ତ ଏଭଳି ପାଗ ରହିବାନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।