ଆଜି ରାତି 9ରୁ ଯାଜପୁର ଜିଲ୍ଲା ଲକଡାଉନ, କିପରି ରହିଛି ସ୍ଥିତି ଦେଖନ୍ତୁ ଭିଡିଓ... - jajpur district lockdown for 14 days
🎬 Watch Now: Feature Video

ଯାଜପୁର: ଜିଲ୍ଲାରେ କୋରୋନା ସଂକ୍ରମଣ ସଂଖ୍ୟା ହୁ ହୁ ବେଗରେ ବଢି ଚାଲିଛି । ସେଥିପାଇଁ ରାଜ୍ୟର ଅନ୍ୟ 3 ଟି ଜିଲ୍ଲା ସହ ଯାଜପୁରରେ ଆଜି ରାତି 9ଟା ଠାରୁ ପୁନର୍ବାର ଲକଡାଉନ କଟକଣା ଜାରି ହୋଇଛି । ଏହା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଯେହେତୁ ଆଜି ରାତିରୁ ୯ରୁ ଲକ ଡାଉନ ଆରମ୍ଭ ହେଉଛି ସେଥିପାଇଁ ଆଜି ବଜାରରେ ବହୁତ ଭିଡ ଲାଗି ରହିଛି। ଏଥିରେ ପୂର୍ବଭଳି କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକୁ ସକାଳ 6ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ଆଜି ଯାଜପୁର ଜିଲ୍ଲାରେ କିଭଳି ଅଛି ସ୍ଥିତି ଅଧିକ ସୂଚନା ଦେଉଛି ଆମ ସମ୍ବାଦଦାତା ଜ୍ଞାନରଞ୍ଜନ ଓଝା...