Sri Jagannath Temple Act Amendment: କ୍ୟାବିନେଟ ନିଷ୍ପତ୍ତି ପରେ ମିଠା ବାଣ୍ଟିଲେ ସୁର
🎬 Watch Now: Feature Video
ଭୁବନେଶ୍ବର: ଜଟଣୀ ଜଗନ୍ନାଥ ଜମି ନେଇ ରାଜ୍ୟ କ୍ୟାବିନେଟରେ ସ୍ବତନ୍ତ୍ର ଅଧ୍ୟାଦେଶ ଆସିବା ପରେ ଖୁସିରେ ଅତ୍ୟନ୍ତ ବିଭୋର ହୋଇ ମିଠା ଖୁଆଇଲେ ଜଟଣୀ ବିଧାୟକ ସୁର ରାଉତରାୟ । ଦୀର୍ଘବର୍ଷ ହେବ ଜଟଣୀ ବାସୀଙ୍କ ପୈତୃକ ସମ୍ପତ୍ତି ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ହୋଇଯାଇଥିଲା ବିଭିନ୍ନ ସମୟରେ ଏହି ଶହ ଶହ ଏକର ଜମିକୁ ନେଇ ବିରୋଧର ସ୍ବର ଉଠିଥିଲା । ବୁଧବାର ଶ୍ରୀ ଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ (Sri jagannath temple act ୧୯୫୪ )ସଂଶୋଧନ କରିବା ପାଇଁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଜଟଣୀ ବିଧାୟକ ସୁର ରାଉତରାୟ, ଖୁସି ହୋଇ ମିଠା ଖୁଆଇଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ