ଭୁବନେଶ୍ବରରେ ବଲିଉଡ ଅଭିନେତା ଅଫତାବ, କହିଲେ ଓଡିଶାବାସୀଙ୍କ ପ୍ରେମରେ ଛଳନା ନାହିଁ - ଇଣ୍ଡଲଜ୍ ବ୍ରାଇଡାଲ୍ ମଲ୍
🎬 Watch Now: Feature Video
ଭୁବନେଶ୍ବର: ଓଡିଶାରେ ବଲିଉଡ ଅଭିନେତା ଅଫତାବ ସିବଦଶାନୀ । ଭୁବନେଶ୍ବର ରୁପାଲି ଛକଠାରେ ପ୍ରଥମ ‘ଇଣ୍ଡଲଜ୍ ବ୍ରାଇଡାଲ୍ ମଲ୍’ର ଉଦଘାଟନୀ କାର୍ଯ୍ୟକ୍ରମକୁ ଆସିଛନ୍ତି ଅଭିନେତା ଅଫତାବ । ଅଫତାବ ଏ କାର୍ଯ୍ୟକ୍ରମରେ ଯୋଗଦେଇ ଖୁସି ବ୍ୟକ୍ତ କରିବା ସହ ଓଡ଼ିଶାର ସଂସ୍କୃତିକୁ ପ୍ରଂଶସା କରି ଓଡିଶାବାସୀଙ୍କ ହୃଦୟ ବଡ ବୋଲି କହିଛନ୍ତି । ଖୁବଶ୍ରୀଘ୍ର ସମସ୍ତଙ୍କୁ ଆପଣେଇ ନିଅନ୍ତି । ଓଡିଆଙ୍କ ଭଲ ପାଇବାରେ ଛଳନା ନଥାଏ । ମୁଁ ବହୁତ ସ୍ଥାନ ବୁଲିଛି ହେଲେ ଏଠି ଯାହା ପାଇଛି ଆଉ କେଉଁଠି ପାଇନାହିଁ ବୋଲି କହିଛନ୍ତି ଅଫତାବ । ଆଗାମୀ ଦିନରେ ପ୍ରଭୁ ଜଗନ୍ନାଥଙ୍କ ଡାକରା ଆସିଲେ ନିଶ୍ଚୟ ଦର୍ଶନ କରିବେ ବୋଲି ସେ କହିଛନ୍ତି । ଏହାସହ ତାଙ୍କ ଦ୍ବାରା ଅଭିନୀତ ୱେବ୍ ସିରିଜ ଆସନ୍ତା ୧୨ ତାରିଖରେ ରିଲିଜ୍ ହେଉଥିବାରୁ ଦର୍ଶକ ମାନଙ୍କ ଭଲପାଇବା ଅପେକ୍ଷା କରିଥିବା ସେ କହିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ