thumbnail

By ETV Bharat Odisha Team

Published : Aug 30, 2023, 11:18 AM IST

ETV Bharat / Videos

Raksha Bandhan 2023: ବାଲୁକା କଳାରେ ରାକ୍ଷୀ, ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସରିତା

ପୁରୀ: ଆଜି ପବିତ୍ର ରକ୍ଷାବନ୍ଧନ । ଏନେଇ ଉତ୍ସବମୁଖର ପୁରପଲ୍ଲୀ । ଆଜିର ଦିନରେ ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣୀ ଉଜ୍ବଳ ଭବିଷ୍ୟତ କାମନା କରେ । ଏହି ପରୀପ୍ରେକ୍ଷୀରେ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରେ ବାଲୁକା ଚିତ୍ରକଳା ମାଧ୍ୟମରେ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସରିତା ଗୋଚ୍ଛାୟତ ।

23 ଅଗଷ୍ଟ 2023 । ଇସ୍ରୋ ବୈଜ୍ଞାନିକଙ୍କ ସହିତ ସାରା ଭାରତବାସୀଙ୍କ ପାଇଁ ଏକ ଐତିହାସିକ ଦିନ । ଏହି ଦିନ ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିଛି । ପ୍ରଜ୍ଞାନ ରୋଭର ଦ୍ୱାରା ଚନ୍ଦ୍ର ପୃଷ୍ଠରେ ବିଭିନ୍ନ ଅନୁସନ୍ଧାନ ଚଳାଇ ସାରା ବିଶ୍ୱରେ ଭାରତ ମହାକାଶ ବିଜ୍ଞାନ କ୍ଷେତ୍ରରେ ଥିବା ଶକ୍ତି ସାମର୍ଥ୍ୟକୁ ପ୍ରମାଣିତ କରିଛନ୍ତି । ଏଥି ପାଇଁ ସାରା ବିଶ୍ଵରେ ଭାରତର ଗୌରବ ବୃଦ୍ଧି ପାଇଛି । ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଚିତ୍ର ଶିଳ୍ପୀ ସରିତା ବିଭିନ୍ନ ରଙ୍ଗ ବ୍ୟବହାର କରି ବାଲିରେ ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ରାକ୍ଷୀରେ ଇସ୍ରୋ ଦ୍ୱାରା ବ୍ୟବହାର ହୋଇଥିବା PSLV ରକେଟକୁ ଇସ୍ରୋ ପ୍ରତୀକ ଭାବେ ସ୍ଥାନ ଦିଆଯାଇଛି । ଏହି ଅବସରରେ ସରିତା ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କ ସହ ଭାରତର ପ୍ରତେକ ବ୍ୟକ୍ତିଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଛନ୍ତି ।


ଏହା ମଧ୍ୟ ପଢନ୍ତୁ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଜାଣନ୍ତୁ କେତେବେଳେ ବାନ୍ଧିବେ ରାକ୍ଷୀ
 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.