Karnataka Results: ଲୋକେ ସମସ୍ୟାର ସମାଧାନ ଚାହୁଁଥିଲେ, କଂଗ୍ରେସ ପ୍ରତିଶୃତି ପୂରଣ କରିବ କହିଲେ ପ୍ରିୟଙ୍କା - ପ୍ରିୟଙ୍କା ଗାନ୍ଧୀ
🎬 Watch Now: Feature Video
ଶିମଲା: କର୍ଣ୍ଣାଟକରେ ଦଳର ଐତିହାସିକ ବିଜୟ ପରେ କର୍ଣ୍ଣାଟକବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଲୋକେ ସେମାନଙ୍କର ସ୍ଥାନୀୟ ସମସ୍ୟାର ସାମାଧାନ ଚାହୁଁଛନ୍ତି । ଏହି ଫଳାଫଳ ତାର ସେହି ବାର୍ତ୍ତା ଦେଇଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ପରିଶ୍ରମ କରିଛନ୍ତି । ସେମାନଙ୍କର ଏହି ପରିଶ୍ରମ ହିଁ ଆଜି ଦଳକୁ ସଫଳତା ଦେଇଛି । ଏବେ ଦାୟିତ୍ବ ମିଳିଛି, ପ୍ରତିଶୃତି ପୁରା କରିବାକୁ ହେବ । ଲୋକଙ୍କୁ ଦିଆଯାଇଥିବା ପ୍ରତିଶୃତି ପୂରଣ କରିବା ଦିଗରେ କଂଗ୍ରେସ କାମ ଆରମ୍ଭ କରିବ ବୋଲି କହିଛନ୍ତି ପ୍ରିୟଙ୍କା ।
ସେହିପରି ସେ ବିଜୟର ବଡ଼ ଶ୍ରେୟ ଭାଇ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦ୍ବାରା କରାଯାଇଥିବା ଭାରତ ଯୋଡୋ ଯାତ୍ରାକୁ ଦେଇଛନ୍ତି । ଭାରତ ଯୋଡ ଯାତ୍ରା ଅତିକ୍ରମ କରିଥିବା କର୍ଣ୍ଣାଟକରେ 90 ବିଧାନସଭା ଆସନରୁ 75ଟିରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି । ଆଜି ପୂର୍ବାହ୍ନରେ ଗଣତି ଜାରି ରହିଥିବା ବେଳେ ପ୍ରିୟଙ୍କା ଶିମଲାରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ବେଳେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକୁ ଓ ବରିଷ୍ଠ ନେତ୍ରୀ ପ୍ରତିଭା ବୀରଭଦ୍ର ସିଂ ମଧ୍ୟ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ