ଗଭୀର ସମଦ୍ରରୁ କୋଷ୍ଟଗାର୍ଡ ଜବତ କଲା 32 କେଜି ସୁନା, ଦେଖନ୍ତୁ କିପରି ଥିଲା ଅଣ୍ଡର ଓ୍ବାଟର ଅପରେସନ

By

Published : Jun 1, 2023, 10:45 PM IST

thumbnail

ଚେନ୍ନାଇ: ଗଭୀର ସମୁଦ୍ରରୁ ସୁନା ଜବତ କରିଛି କୋଷ୍ଟଗାର୍ଡ । କୋଷ୍ଟଗାର୍ଡ ଓ ରାଜସ୍ବ ଗୁଇନ୍ଦା ବିଭାଗର ମିଳିତ ଅପରେସନରେ ତାମିଲନାଡୁ ଉପକୂଳ ସମୁଦ୍ରର ଜଳରାଶିରୁ ଏହି ବିପୁଳ ପରିମାଣର ସୁନା ଜବତ କରାଯାଇଛି । ଜବତ ସୁନା ଏକ ବ୍ୟାଗରେ ରଖାଯାଇଥିଲା । ଏହାର ଓଜନ ପ୍ରାୟ 32 କେଜି ହେବା ସହ ଆନୁମାନିକ ବଜାର ମୂଲ୍ୟ ପ୍ରାୟ 20 କୋଟିରୁ ଅଧିକ ହେବା ନେଇ ତଦନ୍ତକାରୀ ସଂସ୍ଥା ପକ୍ଷରୁ ପ୍ରାଥମିକ ସୂଚନା ମିଳିଛି । ତେବେ ସମୁଦ୍ର ଜଳରାଶିରେ ତସ୍କରୀ ପାଇଁ ଅଣାଯାଇଥିବା ସୁନା ଲୁଚାଯାଇଥିବା ସୂଚନା ମିଳିବା ପରେ କୋଷ୍ଟଗାର୍ଡର ପ୍ରଶିକ୍ଷିତ ସ୍କୁବା ଡାଇଭରମାନେ ଏହି ଆହ୍ବାନପୂର୍ଣ୍ଣ ମିଶନରେ ଅଂଶଗ୍ରହଣ କରି ଅପରେସନକୁ ସଫଳ କରିଛନ୍ତି । ସୁନା ଭର୍ତ୍ତି ବ୍ୟାଗକୁ ଜବତ କରାଯାଇ ତଦନ୍ତ ଆରମ୍ଭ କରିଛି ଚେନ୍ନାଇ ରାଜସ୍ବ ଗୁଇନ୍ଦା ବିଭାଗ । ଏହି ତସ୍କରୀ ସମ୍ପର୍କରେ ଅଧିକ କିଛି ସୂଚନା ମିଳିପାରିନାହିଁ । ଦେଖନ୍ତୁ କପିରି ଥିଲା ଏହି ଆହ୍ବାନପୂର୍ଣ୍ଣ ଅଣ୍ଡର ଓ୍ବାଟର ଅପରେସନ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.