thumbnail

By ETV Bharat Odisha Team

Published : Sep 15, 2023, 7:33 PM IST

ETV Bharat / Videos

ବିଷଧରଙ୍କ ସାଥି 'ରିୟା', ବିନା ପାରିଶ୍ରମିକରେ ସାପ ଧରିବା ସହ କରୁଛନ୍ତି ସଚେତନ


ଖୋର୍ଦ୍ଧା : ବିଷାକ୍ତ ସାପ ନା ଶୁଣିଲେ ଦେହରେ ଶିହରଣ ଖେଳି ଯାଏ । କିନ୍ତୁ ଏହି ବିଷାକ୍ତ ସାପଙ୍କୁ କମ ସମୟରେ ନିଜ ବସ କରିଥାନ୍ତି ଖୋର୍ଦ୍ଧା ଜିଲ୍ଲା ହଜ ପଞ୍ଚାୟତ ମୁକ୍ତାପୁର ଗ୍ରାମର ରିୟା ନାୟକ । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଟାଙ୍ଗି, ଜଙ୍କିଆ ଏବଂ ଏହାର ଆଖପାଖ ଅଞ୍ଚଳରେ ଯଦି କାହା ଘରେ ସାପ ପଶେ ତେବେ ଖୋଜା ପଡ଼ନ୍ତି ରିୟା । ଖାଲି ରିୟା ନୁହଁନ୍ତି, ତାଙ୍କ ସ୍ୱାମୀ ମଧ୍ୟ ସାପ ଧରି ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସାପ ଧରିବା ପାଇଁ କୌଣସି ପାରିଶ୍ରମିକ ନିଅନ୍ତି ନାହିଁ ଏହି ଦମ୍ପତି । 

ଏହା ବି ପଢନ୍ତୁ...ସାପ ଉଦ୍ଧାର ଓ ଥଇଥାନ ଗାଇଡଲାଇନରେ ତ୍ରୁଟି ! ସଂଶୋଧନ ଦାବି କଲା ସ୍ନେକ ହେଲ୍ପଲାଇନ

ଆମ ପରିବେଶ ସନ୍ତୁଳନ ରକ୍ଷା ପାଇଁ ସାପଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । ତେଣୁ ସେମାନଙ୍କୁ ନମାରି ଜନବସତିରୁ ଉଦ୍ଧାର କରି ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡୁଛନ୍ତି ରିୟା ଓ ତାଙ୍କ ସ୍ବାମୀ । ସେହିପରି ଗାଁଗାଁରେ ଏହି ଦମ୍ପତି ସାପ କାମୁଡ଼ିଲେ କୌଣସି ଝଡ଼ା ଫୁଙ୍କା ନକରି ଶୀଘ୍ର ହସ୍ପିଟାଲ ଯିବାକୁ ଲୋକଙ୍କୁ ସଚେତନ କରୁଛନ୍ତି । ନିଜ ସ୍ୱାମୀଙ୍କଠାରୁ ସାପ ଧରିବା ଶିଖିବା ପରେ ଏବେ ବିଭିନ୍ନ ବିଷାକ୍ତ ସାପଙ୍କୁ ଧରି ଜନବସତିଠାରୁ ଦୂର ଜଙ୍ଗଲରେ ଛାଡ଼ୁଛନ୍ତି ରିୟା । ତେବେ ରିୟାଙ୍କ ଏଭଳି ସାହସକୁ ଗ୍ରାମବାସୀ ବେଶ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.