ରାମଲାଲାଙ୍କ ପ୍ରେମରେ ଜର୍ମାନୀ କଣ୍ଠଶିଳ୍ପୀ, ଗାଇଲେ 'ରାମ ଆଏଙ୍ଗେ' ଭଜନ - ଜର୍ମାନୀ କଣ୍ଠଶିଳ୍ପୀ ଗାଇଲେ ରାମ ଭଜନ
🎬 Watch Now: Feature Video
Published : Jan 19, 2024, 10:12 AM IST
German singer sings Ram Aayenge: ହାଇଦ୍ରାବାଦ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବ । ଏଥିପାଇଁ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ନେପାଳଠାରୁ ଆରମ୍ଭ କରି ଆମେରିକା ଯାଏଁ ସେଠାକାର ହିନ୍ଦୁମାନେ ନିଜ ନିଜ ଶୈଳୀରେ ଏହି ଦିନକୁ ଉତ୍ସବ ଭଳି ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାରି ମଧ୍ୟରେ ଜର୍ମାନୀର ଜଣେ ଗାୟିକାଙ୍କ ରାମ ଭଜନ ବର୍ତ୍ତମାନ ବେଶ୍ ଭାଇରାଲ ହେବାରେ ଲାଗିଛି । ଜର୍ମାନୀର ଗାୟିକା କାସଚନ୍ଦ୍ରା ମେ ସ୍ପିଟମ୍ୟାନ ରାମ ଭଜନ ଗାଉଥିବା ନଜର ଆସିଛନ୍ତି । ଏହି ଭିଡିଓରେ କଣ୍ଠିଶିଳ୍ପୀ 'ରାମ ଆଏଙ୍ଗେ ତୋ ଅଙ୍ଗନା ସଜାଉଙ୍ଗୀ' ଗୀତ ଗାଉଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଗୀତ ଭାଇରାଲ ପରେ ଲୋକେ ତାଙ୍କର ଖୁବ ପ୍ରଶଂସା କରିଛନ୍ତି ।
ଜର୍ମାନୀର ଗାୟିକା କାସଚନ୍ଦ୍ରା ମେ ସ୍ପିଟମ୍ୟାନ ଜଣେ ଦୃଷ୍ଟିବାଧିତ । ତାଙ୍କ କଣ୍ଠରେ ରାମ ଆଏଙ୍ଗେ... ଭଜନ ଶୁଣି ଫ୍ୟାନ୍ସ ଦିୱାନା ହେବା ସହ ଖୁବ ପ୍ରଶଂସା କରିଛନ୍ତି । ଏନେଇ ଜର୍ମାନୀ କଣ୍ଠଶିଳ୍ପୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଏହି ଅବସରରେ ରାମ ଆଏଙ୍ଗେ ଗୀତ ବେଶ ଭାଇରାଲ ହେଉଛି । ଏଥିପାଇଁ ମୁଁ ଭାବିଲି ମୁଁ ବି ଏହି ଗୀତକୁ ଚେଷ୍ଟା କରିବି । ମୁଁ ଏହି ଗୀତକୁ ନିଜ ଅନ୍ଦାଜରେ ଗାଇବାକୁ ଚେଷ୍ଟା କରିଥିଲି । ଏହା ମୋତେ ବହୁତ ଭଲ ଲାଗିଲା । ତେବେ ଆପଣ ରାମ ମନ୍ଦିର ପ୍ରତିଷ୍ଠା ସେଲିବ୍ରେଟ କରିବାକୁ ଚାହାନ୍ତି କି ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସବୁ ସେଲିବ୍ରେସନ ଉପଭୋଗ କରିବା ଦରକାର । ଏଣୁ ମୁଁ ମୋ ସ୍ଥାନରେ ନିଶ୍ଚୟ ଏହାକୁ ସେଲିବ୍ରେଟ କରିବି ।
ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ପ୍ରେମରେ ପ୍ରଧାନମନ୍ତ୍ରୀ, ଓଡ଼ିଆ ରାମ ଭଜନ କଲେ ସେୟାର
ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ୍ କାର୍ଯ୍ୟକ୍ରମରେ ଜର୍ମାନୀ ଗାୟକା କାସଚନ୍ଦ୍ରା ମେ ସ୍ପିଟମ୍ୟାନଙ୍କ ପ୍ରଶଂସା କରିଥିଲେ । ଗତ ସେପ୍ଟେମ୍ବର ୨୦୨୩ ରେ, ସେ ତାଙ୍କ କାର୍ଯ୍ୟକ୍ରମରେ ୨୧ ବର୍ଷ ବୟସ୍କ ଜର୍ମାନୀ କଣ୍ଟଶିଳ୍ପୀଙ୍କ ବିଷୟରେ ଉଲ୍ଲେଖ କରିଥିଲେ । କାସଚନ୍ଦ୍ରା ପୂର୍ବରୁ 'ଜଗତ ଜାନା ପାଲମ ଏବଂ ଶିବ ପଞ୍ଚାକ୍ଷର ସୋତ୍ରମ' ଗାଇଛନ୍ତି । ଏହାର ଉଲ୍ଲେଖ କରି ମୋଦି ଗାୟିକାଙ୍କ ଖୁବ ପ୍ରଶଂସା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ