ଶୋଇଛି ବନ ବିଭାଗ ! ସନ୍ଧ୍ୟା ନଇଁଲେ ବୁଲୁଛି ହାତୀ
🎬 Watch Now: Feature Video
ଭବାନୀପାଟଣା: ଉପାନ୍ତ ଅଞ୍ଚଳରେ ଦିନକୁ ଦିନ ଗଜରାଜଙ୍କ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଲାଞ୍ଜିଗଡ଼ ବନାଞ୍ଚଳ ମଧ୍ୟରେ ଥିବା ଲାଞ୍ଜିଗଡ଼ ଓ ଛତ୍ରପୁର ପଞ୍ଚାୟତର ବିଭିନ୍ନ ଗାଁ ଲୋକଙ୍କୁ ନାକେଦମ କରିଛନ୍ତି ଗଜରାଜ । ସନ୍ଧ୍ୟା ହେଲେ ଗାଁମୁହାଁ ହେଉଛନ୍ତି ହାତୀପଲ । ଚାଷଜମି ନଷ୍ଟ କରିବା ସହ ଜମିର ପାଇପ ଲାଇନକୁ ମଧ୍ୟ ଭାଙ୍ଗିଦେଉଛନ୍ତି । ତେବେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
Last Updated : Feb 3, 2023, 8:38 PM IST