ଉତ୍ତରକାଶୀ ଜଗନ୍ନାଥ ମନ୍ଦିର ହେବ ପର୍ଯ୍ୟଟନ ସ୍ଥଳୀ, ଉତ୍ତରାଖଣ୍ଡ ସିଏମଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର - ଉତ୍ତରାଖଣ୍ଡ ସିଏମ ପୁଷ୍କର ସିଂ ଧାମି

🎬 Watch Now: Feature Video

thumbnail

By

Published : Jul 10, 2023, 5:55 PM IST

Updated : Jul 10, 2023, 6:10 PM IST

ଭୁବନେଶ୍ବର: ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି ଉତ୍ତରାଖଣ୍ଡ ଉତ୍ତରକାଶୀ ସ୍ଥିତ ସାଲଡ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର । କେଉଁ କାଳରୁ ବନ୍ଦ ହୋଇପଡିରହିଥିଲା ମହାପ୍ରଭୁଙ୍କ ଏହି ଗୁପ୍ତ ମନ୍ଦିର। ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଏହି ମନ୍ଦିର ବିଷୟରେ ଜାଣି ପରିଦର୍ଶନ କରିବା ସହ ମନ୍ଦିରର ଝଲକ ସେୟାର କରିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବ୍ୟସାଚୀଙ୍କୁ ପାହାଡ ଶିଖରରେ ଥିବା ଏହି ଗୁପ୍ତ ମନ୍ଦିରକୁ ଲୋକଲୋଚନା ଆଣିଥିବା ନେଇ ପ୍ରଶଂସା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ଏହି ମନ୍ଦିରର ପୁନର୍ଗଠନ ସହିତ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢି ତୋଳିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। 

ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବ୍ୟସାଚୀ ଏବଂ ଶ୍ରୀମନ୍ଦିରର ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ସବ୍ୟଙ୍କ ସହ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମଧ୍ୟ ଏହି ଭିସିରେ ସାମିଲ ହୋଇଥିଲେ।ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏମଙ୍କୁ ସମସ୍ତ ବିଷୟ ଅବଗତ କରାଇବା ସହ ଶ୍ରୀଜଗନ୍ନାଥ ମନ୍ଦିରକୁ ଏକ ପର୍ଯ୍ୟଟନସ୍ଥଳୀ କରିବାକୁ ଅନୁରୋଧ କରିଥିଲେ। ସେପଟେ ଉତ୍ତରାଖଣ୍ଡ ସିଏମ ମନ୍ଦିରର ରକ୍ଷଣାବେକ୍ଷଣ ଓ ଉନ୍ନତି ଏବଂ ସୌନ୍ଦର୍ଯ୍ୟକରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।  

ଏହା ମଧ୍ୟ ପଢନ୍ତୁ---Temple at Uttarkashi: ପାହାଡ ଶୀଖରରେ ଗୁପ୍ତ ଶ୍ରୀକ୍ଷେତ୍ର, ନୀଳଚକ୍ର ଉପରେ ଭାସି ବୁଲୁଛନ୍ତି ମେଘମାଳର ସମ୍ଭାର

ତେବେ ଟ୍ବିଟରରେ ଭିସି ଭିଡିଓ ସେୟାର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମନ୍ଦିରକୁ ଲୋକଲୋଚନକୁ ଆଣିଥିବାରୁ ଶ୍ରୀମନ୍ଦିରର ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଅଭିନେତା ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ପୂଜାର୍ଚ୍ଚନା ଓ ନୀତିକାନ୍ତି ସୁଚାରୁରୂପେ କରିବା ତଥା ମନ୍ଦିର ସୌନ୍ଦର୍ଯ୍ୟକରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଉତ୍ତରାଖଣ୍ଡ ସିଏମଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହିତ ଧର୍ମେନ୍ଦ୍ର କହିଛନ୍ତି, ଉତ୍ତରାକାଶୀରେ ଥିବା ଏହି ଜଗନ୍ନାଥ ଧାମ ଉତ୍ତରାଖଣ୍ଡ ଏବଂ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ସମ୍ପର୍କକୁ ମଜବୁତ କରିବା ସହ ଏକ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ହେବ ।  

Last Updated : Jul 10, 2023, 6:10 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.