ଦ୍ବିତୀୟ ଅନ୍ତର୍ଜାତୀୟ ଶିଳ୍ପ ଓ ଚାରୁକଳା ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଅଭିନେତା ନୱାଜୁଦ୍ଦିନ ସିଦ୍ଦିକ ସାମିଲ - ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍
🎬 Watch Now: Feature Video
Published : Jan 12, 2024, 6:33 PM IST
ଯାଜପୁର: ଜିଲ୍ଲାର ବ୍ୟାସନଗର ଠାରେ ଇଣ୍ଟରନ୍ୟାସନାଲ୍ କ୍ରାଫ୍ଟ ସମ୍ମିଟ୍ ବା ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଭର୍ଚୁଆଲ ମୋଡ଼ରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅର୍ଥାତ୍ ଶୁକ୍ରବାର ଉଦଘାଟନ କରିଛନ୍ତି । ରାଜ୍ୟ ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସମ୍ମିଳନୀର ଉଦଘାଟନୀ ଉତ୍ସବରେ ବଲିଉଡ ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ସାମିଲ ହୋଇଥିଲେ ।
ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଥମ ଥର ଓଡ଼ିଶା ଆସି ମୋତେ ବେଶ ଭଲା ଲାଗିଲା । ସେ ଓଡ଼ିଶାର ହସ୍ତଶିଳ୍ପ ଏବଂ ଚାରୁକଳାକୃତିର ଖୁବ ପ୍ରଶଂସା କରିଛନ୍ତି । ହସ୍ତଶିଳ୍ପ ଏବଂ ଚାରୁକଳାକୃତି ନେଇ ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନକୁ ମଧ୍ୟ ସେ ଖୁବ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଏହି ପୁରାତନ କଳାକୃତିକୁ ଯଦି ଅନ୍ତର୍ଜାତୀୟ ସ୍ତରରେ ଏହାକୁ ପ୍ରୋତ୍ସାହିତ କରିବା ଭଲ ପଦକ୍ଷେପ ଅଟେ । ଏଥିସହ ସେ ଓଡ଼ିଶାର ପଟ୍ଟଚିତ୍ର ବିଷୟରେ ଉଲ୍ଲେଖ କରିବା ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ପୁରୀର ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟ ନେଇ ଖୁବ ପ୍ରଶଂସା କରିଛନ୍ତି । ଏଥିସହ ସେ କହିଛନ୍ତି, ପିଲାଦିନରୁ ବହିରେ ପଢିଆସୁଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ପୁରୀର ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ଯିବା ପାଇଁ ମୋର ବହୁତ ଇଚ୍ଛା । ହେଲେ ସମୟ ଅଭାବରୁ ମୁଁ ଏଥର ସେଠାକୁ ଯାଇପାରୁନି । ହେଲେ ଆଗାମୀ ଦିନରେ ଯେତେବେଳେ ମୁଁ ଓଡ଼ିଶା ଆସିବି ଯାଜପୁର ସମେତ ଓଡ଼ିଶା ବୁଲିବି ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବ୍ୟାସନଗରରେ ଅନୁଷ୍ଠିତ ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଏଥିସହ ବିଭାଗୀୟ ମନ୍ତ୍ରୀ ରୀତା ସାହୁ, ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ, କୋରାଇ ବିଧାୟକ ଅଶୋକ ବଳଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ଏଥିସହ ଏହି ସମ୍ମିଳନୀରେ ଜାନୁଆରୀ ୧୨ରୁ ୧୪ ତାରିଖ ୩ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ସମ୍ମିଳନୀର ଏହି ଦ୍ବିତୀୟ ସଂସ୍କରଣ ଯାଜପୁରର ବ୍ୟାସନଗର ଠାରେ ଅନୁଷ୍ଠିତ ହେଉଥିବା ବେଳେ UNDP, UNESCO, UNHABITAT, UNICEF ପରି ବିଶ୍ବସ୍ତରୀୟ ସଂଗଠନଗୁଡିକର ବିଶେଷଜ୍ଞ ଏବଂ ବିଶ୍ୱସ୍ତରୀୟ କଳାକାରମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ।
ଇଟିଭି ଭାରତ, ଯାଜପୁର