ମୀରାବାଇଙ୍କ ଜନ୍ମୋତ୍ସବରେ ପୌରାଣିକ କଥାବସ୍ତୁରେ ହେମାମାଳିନୀଙ୍କ ନୃତ୍ୟ ପରିବେଶଣ - ମୀରାବାଇଙ୍କ ଜନ୍ମୋତ୍ସବରେ ହେମାମାଳିନୀଙ୍କ ନୃତ୍ୟ
🎬 Watch Now: Feature Video
Published : Nov 24, 2023, 7:22 AM IST
ଲକ୍ଷ୍ନୌ: ମୀରାବାଇ ଜନ୍ମୋତ୍ସବରେ ପୌରାଣିକ କାଥାବସ୍ତୁ ଉପରେ ଆଧାରିତ ନୃତ୍ୟ ପରିବେଶଣ କରିଛନ୍ତି ବଲିଉଡ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମାମାଳିନୀ । ମୀରାବାଇଙ୍କ 525ତମ ଜନ୍ମୋତ୍ସବରେ ଖୁବ ନିଖୁଣ ଅଭିନୟ ସହ ନୃତ୍ୟ ପରିବେଶଣ କରିଥିଲେ ଅଭିନେତ୍ରୀ ହେମାମାଳିନୀ । କୃଷ୍ଣଙ୍କ ଭକ୍ତିରେ ଯେପରି ମୀରାବାଇ ନିଜକୁ ହଜାଇ ଦେଇଥିଲେ ତାହାକୁ ନେଇ ସୁନ୍ଦର ଅଭିନୟ କରିଥିଲେ ହେମାମାଳିନୀ । ମୀରାବାଇଙ୍କ ଜନ୍ମୋତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ । ମୀରାବାଇଙ୍କ ଜନ୍ମୋତ୍ସବରେ ପୌରାଣିକ କଥାବସ୍ତୁକୁ ଉପଭୋଗ କରିଥିଲେ ପ୍ରଧାନମନ୍ତ୍ରୀ । ହେମାମାଳିନୀଙ୍କ ନୃତ୍ୟ ପରିବେଶଣକୁ ପ୍ରଶଂସା କରିଥିଲେ । ହେମାମାଳିନୀ କେବଳ ଜଣେ ସାଂସଦ ହିସାବରେ ନୁହେଁ ଜଣେ କୃଷ୍ଣଙ୍କ ଭକ୍ତଙ୍କ ପରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ନୃତ୍ୟ ପରିବେଶଣ ପରେ ହେମାମାଳିନୀ କହିଛନ୍ତି ଜଣେ କଳାକାର ହିସାବରେ ମୁଁ ନୃତ୍ୟ ପରିବେଶଣ କରିଥିଲେ । ପ୍ରଧାନମନ୍ତ୍ରୀ ଦୀର୍ଘ 2 ଘଣ୍ଟା ହେବ ଦେଖିଲେ ବହୁତ ଖୁସି ଅଛି ।