thumbnail

ଗାଁ ଖାଦ୍ୟରେ ମହକିଲା ସହରୀ ହୋଟେଲ, ମଜାନେଲେ ରାଜଧାନୀବାସୀ

By

Published : Apr 1, 2022, 7:58 PM IST

Updated : Feb 3, 2023, 8:21 PM IST

ଭୁବନେଶ୍ବର: ନିଆରା ଢଙ୍ଗରେ ଉତ୍କଳ ଦିବସ ପାଳନ କଲେ ରାଜଧାନୀ ବାସିନ୍ଦା । ରାଜଧାନୀର ହୋଟେଲ ଏମ୍ପାୟର୍ସରେ ଉତ୍କଳ ଦିବସରେ ପ୍ରସ୍ତୁତ କରିଛି ସ୍ବତନ୍ତ୍ର ବ୍ୟବସ୍ଥା । ହୋଟେଲରେ ଏକ କୋଠରୀକୁ ଗାଁ ଭଳି ସଜାଯିବା ସହ ଗ୍ରାହକଙ୍କ ପାଇଁ ବିଭିନ୍ନ ଓଡ଼ିଆ ବ୍ଯଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଏହା ସହ ହୋଟେଲର ଉଭୟ ପୁରୁଷ ଏବଂ ମହିଳା କର୍ମଚାରୀ ଓଡିଶାର ପାରମ୍ପାରିକ ପୋଷାକ ପିନ୍ଧି ଗ୍ରାହକଙ୍କୁ ଖାଦ୍ୟ ପରସିଥିଲେ । ଓଡିଆ ଘରର ସାଜସଜ୍ଜା ସହ ଗାଁର ପରିବେଶ ଓ ବୁଲା ଦହିବରାର ମଜା ଉଠାଇଥିଲେ ରାଜଧାନୀବାସୀ । ଅନ୍ୟପକ୍ଷରେ ଆସୁଥିବା ଗ୍ରାହକମାନେ ଉତ୍କଳ ଦିବସରେ ଏହି ଓଡ଼ିଆ ଖାଦ୍ୟକୁ ବେଶ ପସନ୍ଦ କରିଛନ୍ତି । କାରଣ ସହରର ଚାକଚକ୍ଯ ଭିତରେ ଗାଁ ପରିବେଶ ସହ ସମ୍ପୂର୍ଣ୍ଣ ଓଡିଆ ଶୈଳୀ ଓ ପରିବେଶରେ ସଜ୍ଜିତ ଖାଦ୍ଯ ବେଶ ମନଲୋଭା ଥିଲା । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.