thumbnail

Food Quality Check: ଶିଶୁଭବନରେ ଆହାର ଖାଦ୍ୟ ମାନ ଯାଞ୍ଚ କଲେ କଟକ ମେୟର

By

Published : Apr 1, 2022, 4:32 PM IST

Updated : Feb 3, 2023, 8:21 PM IST

କଟକ: ଶିଶୁ ଭବନ ଆହାର କେନ୍ଦ୍ରରେ ଖାଦ୍ୟର ମାନ ଯାଞ୍ଚ ହୋଇଛି । ନବନିର୍ବାଚିତ ସିଏମସି ମେୟର ସୁବାସ ସିଂ ଏଠାରେ ନିଜେ ଆହାର କେନ୍ଦ୍ରରେ ଖାଇ ଖାଦ୍ୟର ମାନ ଯାଞ୍ଚ କରିଛନ୍ତି । ଆହାର କେନ୍ଦ୍ର ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଏକମାତ୍ର ମାଧ୍ୟମ ସାଜିଥିବାରୁ ରବିବାର ଆହାର କେନ୍ଦ୍ର ଖୋଲିବା ପାଇଁ ସେ ଉଦ୍ୟମ କରିବେ ବୋଲି କହିଛନ୍ତି । ପୂର୍ବ ଭାରତର ସର୍ବ ବୃହତ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ସର୍ଦ୍ଦାର ବଲ୍ଲଭ ଭାଇ ଶିଶୁ ଚିକିତ୍ସା ପ୍ରତିଷ୍ଠାନ । ସାରା ଓଡିଶାର ଶିଶୁ ରୋଗୀଙ୍କ ସମେତ ପଡ଼ୋଶୀ ରାଜ୍ୟର ଶିଶୁ ରୋଗୀ ଏହି ହସ୍ପିଟାଲ ଉପରେ ନିର୍ଭର କରନ୍ତି । ଆହାର କେନ୍ଦ୍ର ଏହି ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଏକମାତ୍ର ମାଧ୍ୟମ ସାଜିଛି । ତେବେ ରବିବାର ଦିନ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ଲୋକମାନେ ସମସ୍ୟା ଭୋଗୁଛନ୍ତି । ଏଣୁ ରବିବାର ଆହାର କେନ୍ଦ୍ର ଖୋଲିବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ସିଏମସି ମେୟର ସୁବାସ । ଏହାସହ ରାଜ୍ୟରେ ୧୫୮ ଟି ଆହାର କେନ୍ଦ୍ର ଥିବା ବେଳେ ଦୈନିକ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଉପକୃତ ହେଉଛନ୍ତି । ତେବେ କଟକରେ ଆହୁରି ମିଲ ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିବାକୁ ସେ କହିଛନ୍ତି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.