CMC Election: BJD ପ୍ରାର୍ଥିନୀ ଭାବେ ଲଢୁଛନ୍ତି ମାଇକ୍ରୋବାୟୋଲୋଜି ଛାତ୍ରୀ ସୁଚିସ୍ମିତା

By

Published : Mar 15, 2022, 7:32 PM IST

Updated : Feb 3, 2023, 8:19 PM IST

thumbnail

କଟକ: କଟକ ମହାନଗର ନିର୍ବାଚନ ପାଇଁ ଆଜି ଠାରୁ ବିଦ୍ଧିବଧ ଭାବେ ଆରମ୍ଭ ହୋଇଛି ନିର୍ବାଚନ ପ୍ରଚାର । ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ନିର୍ବାଚନ ଲଢୁଛନ୍ତି ଯୁବ ଓ ଉଚ୍ଚଶିକ୍ଷିତ ପ୍ରାର୍ଥୀ ଓ ପ୍ରାର୍ଥିନୀ । ଏମିତି ଜଣେ ଯୁବ ଓ ଉଚ୍ଚ ଶିକ୍ଷିତା ପ୍ରାର୍ଥିନୀ ହେଉଛନ୍ତି ସୁଚିସ୍ମିତା ସାହୁ । ବୟସ ମାତ୍ର 23 । ଶିକ୍ଷାଗତ ଯୋଗ୍ୟତା ବର୍ତ୍ତମାନ ମାଇକ୍ରୋ ବାୟୋଲୋଜିରେ ଏମଏସସି କରୁଛନ୍ତି । ପାଠ ପଢା ଚାଲିଥିବା ବେଳେ ସୁଚିସ୍ମିତା ରାଜନୀତିକୁ ଓହ୍ଲାଇଛନ୍ତି । କଟକ ମହାନଗର ନିର୍ବାଚନ ପାଇଁ 59 ନମ୍ବର ୱାର୍ଡରୁ ବିଜୁ ଜନତା ଦଳର ପ୍ରାର୍ଥିନୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ରାଜନୀତି ମାଧ୍ୟମରେ ସେ ନିଜ ୱାର୍ଡ ଓ କଟକବାସୀଙ୍କ ପାଇଁ ସେବା କରିବେ ବୋଲି ମନସ୍ଥ କରିଛନ୍ତି । ଏହାସହ ଭବିଷ୍ୟତରେ ମଧ୍ୟ ପୁରା ସମୟ ରାଜନୀତିରେ ରହି ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ସୁଚିସ୍ମିତା । ସୁଚିସ୍ମିତା ହେଉଛନ୍ତି 59 ନମ୍ବର ୱାର୍ଡ ବିଜେଡିର ପୂର୍ବତନ ୱାର୍ଡ ସଭାପତି ଦିବଂଗତ ଗୁନା ନନାଙ୍କ ଝିଆରି । ଏହି ଯୁବ ଉଚ୍ଚ ଶିକ୍ଷିତା ପ୍ରାର୍ଥିନୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ନାରାୟଣ ସାହୁ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର...

Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.