thumbnail

By

Published : Jul 8, 2020, 5:02 PM IST

ETV Bharat / Videos

ଖାଁ ଖାଁ ସ୍ବର୍ଗଦ୍ବାର: ଜଳୁନି ଜୁଇ, ରୋଜଗାରରେ ବେଡି

ପୁରୀ: ଖାଁ ଖାଁ ସ୍ବର୍ଗଦ୍ବାର । ଯେଉଁ ସ୍ବର୍ଗଦ୍ବାରରେ ଦିନ ରାତି ଜୁଇ ଜଳୁଥିଲା ଆଜି ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ନାଁ ସ୍ବର୍ଗଦ୍ବାରରେ ଲାଗିଛି ଗହଳି, ନାଁ କେହି ଆସୁଛନ୍ତି ଅନ୍ତିମ ସଂସ୍କାର ପାଇଁ । ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ପାଇଁ ବାହାର ଜିଲ୍ଲାର ଲୋକଙ୍କ ଉପରେ ଜିଲ୍ଲା ପ୍ରଶାସନ ରୋକ ଲଗାଇବା ପରେ । ଏହା ଥିଲା ଆଜିର ଦୃଶ୍ୟ । ପୁରା ସ୍ବର୍ଗଦ୍ବାର ଥିଲା ଖାଁ ଖାଁ । 20ରୁ 25ଟା ଜୁଇ ଜଳିବା ପରିବର୍ତ୍ତେ ଜଳୁଥିଲା ମାତ୍ର ଗୋଟେ କି ଦୁଇଟା । ମହାମାରୀ କୋରୋନା ସଂକ୍ରମଣ ଆଶଙ୍କାକୁ ନେଇ ପୁରୀ ସ୍ଵର୍ଗଦ୍ବାରରେ କଟକଣା ଜାରି କରାଯାଇଛି । ପୁରୀ ଜିଲ୍ଲା ବାହାରୁ କୌଣସି ମୃତଦେହ ଅନ୍ତିମ ସଂସ୍କାର ପାଇଁ ସ୍ଵର୍ଗଦ୍ବାର ଆସିବାକୁ ଅନୁମତି ଦିଆଯାଇନାହିଁ । ମଙ୍ଗଳବାର ଜିଲ୍ଲାପାଳ ବଲବନ୍ତ ସିଂଙ୍କ ନିର୍ଦ୍ଦେଶ କ୍ରମେ ଏହି କଟକଣା ଜାରି କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.