thumbnail

By

Published : Dec 11, 2020, 10:04 PM IST

ETV Bharat / Videos

ପୁଣି ଗ୍ୟାଙ୍ଗଷ୍ଟାର ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ

କଟକ: ଅପରାଧିକ ସାମ୍ରାଜ୍ୟର ଖୋଳତାଡ ହେବ । ବନ୍ଦ ହେବ ଦାଦାବଟି ଆଦାୟ । ପୁଣି ଗ୍ୟାଙ୍ଗଷ୍ଟାର୍ ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ସୂଚନା ଦେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଡି ବ୍ରଦର୍ସ ଘରୁ ବେଆଇନ ବନ୍ଧୁକ ଓ ଗୁଳି ବାହାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ପ୍ରକାଶ ବେହେରା ଓ ସରୋଜ ସେଠୀ ଦୁଇ ଜଣ ଡି ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଅଟନ୍ତି । ପୂର୍ବରୁ ପ୍ରକାଶ ଗିରଫ ହୋଇ ଜେଲ ଯାଇଥିଲେ । ଜାମିନରେ ଆସି ଅପରାଧ ଯୋଜନା କରୁଥିଲେ । ଚୌଦ୍ୱାର ଥାନା ପୋଲିସ ହାତରେ ଧରା ପଡିବା ପରେ ଡି ବ୍ରଦର୍ସଙ୍କ ବନ୍ଧୁକ କଥା ପୋଲିସକୁ କହିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.