ଟଙ୍କାର ଅଭାବ ଯୋଗୁଁ ଅମାନତ ହରାଇଲୁ: ସୁର

By

Published : Nov 11, 2020, 12:14 PM IST

thumbnail
ଭୁବନେଶ୍ବର: ଉପନିର୍ବାଚନରେ ଦୁଇଟି ଆସନରୁ ହାରିଲା କଂଗ୍ରେସ । ଦଳର ପରାଜୟ ପରେ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । କହୁ କହୁ କହିଦେଇଛନ୍ତି ଦଳ ହାରିବା ପଛର କଥା । ବାଲେଶ୍ବର ଓ ତିର୍ତ୍ତୋଳରେ ହାରିବା ପଛରେ କଂଗ୍ରେସ ହିଁ ଦାୟୀ । ନେତା ମାନେ ଠିକ୍‌ରେ ପ୍ରଚାର କଲେନି । ଉପର ଠଉରିଆ ଭାବେ ପ୍ରଚାର କଲେ । ହୋଟେଲରେ ଶୋଇଲେ । ତିର୍ତ୍ତୋଲରେ ଭଲ ଭୋଟ ପାଇଲୁ କିନ୍ତୁ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ କିଛି କଂଗ୍ରେସ ନେତା ଚାହୁଁଥିଲେ ବୋଲି କହିଛନ୍ତି ସୁର । ଉଭୟ ଜାଗାରେ ଅର୍ଥ ମୁଖ୍ୟ କାରଣ ହେଲା । ବିଜେପି ବିଜେଡି ପ୍ରବଳ ଅର୍ଥ ଖର୍ଚ୍ଚ କରିଛନ୍ତି । ଆମ କର୍ମୀ ହୋଟେଲରେ ଶୋଇ ରହିଲେ । ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.