କୋରୋନା ସଚେତନତା କରିବ ରାଜ୍ୟ ଆଇନସେବା ପ୍ରାଧିକରଣ - State Legal Services Authority

🎬 Watch Now: Feature Video

thumbnail

By

Published : May 1, 2020, 6:44 PM IST

କଟକ: କୋରୋନା ସଚେତନ କରିବ ରାଜ୍ୟ ଆଇନସେବା ପ୍ରାଧିକରଣ । ଓଏସଏଲଏସ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶକ୍ରମେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ । 7 ଦିନ ଧରି କଟକ ସହରର ବିଭିନ୍ନ ସ୍ଥାନରେ ସଚେତନ କରାଯିବ ବୋଲି ଓଡିଶା ଆଇନସେବା ପ୍ରାଧିକରଣର ସଦସ୍ୟ ସଚିବ ମିନାକ୍ଷୀ ଦାଶ କହିଛନ୍ତି । ଏଥିଲାଗି ଏକ ସଚେତନତା ରଥର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଅଡିଓ ଏବଂ ଭିଡିଓ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯିବ । ବିଶେଷକରି ଲୋକମାନଙ୍କୁ କୋରୋନାରୁ ରକ୍ଷା ପାଇବା ପାଇଁ କଣ କଣ କରିବେ, ଆଇନ ଉଲଙ୍ଘନ କଲେ କଣ କଣ ଦଣ୍ଡ ରହିଛି, ସେ ସବୁର ସଚେତନ କରାଯିବ । ସେହିପରି ବସ୍ତିର ଲୋକଙ୍କୁ ମାସ୍କ ବଣ୍ଟାଯିବ ବୋଲି ସଦସ୍ୟ ସଚିବ ସୂଚନା ଦେଇଛନ୍ତି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.