କୋଚିଂ ଏଣ୍ଡ ଟ୍ରେନିଂ ଏକାଡେମୀ ଖୋଲିବା ପାଇଁ ସରକାରଙ୍କୁ ନିବେଦନ
🎬 Watch Now: Feature Video
ବ୍ରହ୍ମପୁର: କୋରୋନା ସହିତ ବଞ୍ଚିବାର ଶୈଳୀକୁ ନେଇ ସରକାରଙ୍କ ପକ୍ଷରୁ ଦେଶ ତଥା ରାଜ୍ୟରେ ଆରମ୍ଭ ହେଲାଣି ଅନେକ ପ୍ରକାର ବ୍ୟବସ୍ଥା । ଏଭଳି ସମୟରେ ରାଜ୍ୟରେ ରହିଥିବା ବିଭିନ୍ନ ପ୍ରକାର ଘରୋଇ କୋଚିଂ ସେଣ୍ଟର ଏବଂ ବିଭିନ୍ନ ନିଯୁକ୍ତି ଭିତ୍ତିକ ପରୀକ୍ଷା ପାଇଁ ରହିଥିବା ତାଲିମ ଏକାଡେମୀ ଖୋଲିବା ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ ବୋଲି କୁହାଯାଇଛି । ଗଞ୍ଜାମ ଜିଲ୍ଲାର କୋଚି ଏଣ୍ଡ ଟ୍ରେନିଂ ଏକାଡେମୀ ସଂଙ୍ଘ ପକ୍ଷରୁ ଏ ନେଇ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟତଃ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଏହାକୁ ଖୋଲିବା ପାଇଁ କଣ ରହିବ ନିୟମ ତାହାକୁ ନିର୍ଦ୍ଧାରିତ କରିବା ପାଇଁ ଅନୁରୋଧ କରାଯାଇଛି । ଏ ନେଇ କଣ କହୁଛନ୍ତି କୋଚିଂ ଏଣ୍ଡ ଟ୍ରେନିଂ ଏକାଡେମୀର କର୍ମକର୍ତ୍ତା ସେ ନେଇ ଅଧିକ ଆଲୋଚନା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ