କୀଟନାଶକ ଚିଠା ବିଲ: କାହାକୁ ଦେବ ଫାଇଦା, କଣ ରହିଛି ବ୍ୟବସ୍ଥା ଶୁଣନ୍ତୁ... - କୀଟନାଶକ ଚିଠା ବିଲ
🎬 Watch Now: Feature Video
ଭୁବନେଶ୍ବର: ଗତ ମାର୍ଚ୍ଚରେ ରାଜ୍ୟସଭାରେ ଆଗତ ହୋଇଛି କୀଟନାଶକ ପରିଚାଳନା ଚିଠା ବିଲ 2020 । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ଉପସ୍ଥାପନ କରିଥିଲେ । କୀଟନାଶକ ଉତ୍ପାଦନ, ଆମଦାନୀ, ବିକ୍ରି, ପରିବେଶ ଉପରେ ପ୍ରଭାବ, ମାନବ ଉପରେ ପ୍ରଭାବ ସବୁ ଦିଗକୁ ବିଚାର କରି ଏହି ନୂଆ ବିଲ ଆସିଛି । ଏହି ବିଲ 1968 ମସିହାର ବିଲର ସ୍ଥାନ ନେବ । ଯଦି କୌଣସି କ୍ଷେତ୍ରରେ କୀଟନାଶକ ବ୍ୟବହାର କରି ଚାଷୀର ଫସଲ ନଷ୍ଟ ହେଉଛି ତେବେ ସମାନଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା ରହିଛି । କୀଟନାଶକ ଉତ୍ପାଦନକାରୀ ସରକାରଙ୍କ ନିକଟରେ ପଞ୍ଜୀକରଣ କରିବେ । ଅତ୍ୟଧିକ ମାତ୍ରାରେ ଖରାପ ପ୍ରଭାବ ପକାଉଥିବା କୀଟନାଶକ ନିଷିଦ୍ଧ କରାଯିବା ବ୍ୟବସ୍ଥା ରହିଛି। ତେବେ ଏନେଇ ଅଧିକ ଆଲୋଚନା କରିଛନ୍ତି କୃଷି ବିଜ୍ଞାନୀ ପ୍ରଫେସର ହର ପ୍ରସାଦ ମିଶ୍ର, ବିଶେଷଜ୍ଞ ଦିବାକର ନାୟକ ଓ କୃଷକ ନେତା ଲିଙ୍ଗରାଜ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : May 27, 2020, 12:16 PM IST