ପରୀ ପ୍ରସଙ୍ଗ ନେଇ ଆମ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ରହିଛି: ସୁର

By

Published : Dec 1, 2020, 1:52 PM IST

thumbnail

ଭୁବନେଶ୍ବର: ଗତକାଲି କହିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମ୍ୟାନେଜ ହୋଇଗଲେ। ହେଲେ ଆଜି ନିଜେ ପକାଇଥିବା ଛେପକୁ ଢୋକିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି, ‘ବିଧାନସଭାରେ ପରୀ ପ୍ରସଙ୍ଗରେ କଂଗ୍ରେସ ହୋହଲ୍ଲା କଲା। ହେଲେ ଶେଷ ବେଳକୁ ନରମି ଗଲା। ଏସଆଇଟିରେ ସନ୍ତୁଷ୍ଟ ହୋଇଗଲା ଦଳ।’ ତେବେ ଯେହେତୁ ଦଳୀୟ ଶୃଙ୍ଖଳା ମାନିବାକୁ ଆମେ ବାଧ୍ୟ ତେଣୁ ବିଧାୟକ ଦଳ ନେତା ଯାହା କହିଲେ ତାହା ମାନିଲୁ ବୋଲି କହିଛନ୍ତି ସୁର। ତେବେ ମ୍ୟାନେଜ ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ବଦଳାଇ ସୁର କହିଛନ୍ତି, ‘ଆମେ ସମସ୍ତେ ମ୍ୟାନେଜ ହେଇଗଲୁ, ମାନେ ଆମର ଦାବି ପୂରଣ ହୋଇଥିବାରୁ ନିରବ ରହିଲୁ।’ ତେବେ ଏନେଇ ସୁରଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ଜ୍ଞାନଦର୍ଶୀ ସାହୁ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.