thumbnail

ନୀଳାଚଳେ ଜଗନ୍ନାଥ: ମହଣ ମହଣ ସୁନାରେ ବିଭୂଷିତ ହେଉଛନ୍ତି ଉତ୍କଳୀୟ ମଉଡ ମଣି

By

Published : Jul 2, 2020, 5:48 PM IST

ପୁରୀ: ଶ୍ରୀଜୀଉମାନଙ୍କ ତିନି ରଥରେ ବିଜେ ପରଦିନ ବଡ ଏକଦଶୀ । ଏହିଦିନ ରଥରେ ପ୍ରଭୁଙ୍କର ସୁନାବେଶ ଯାହା ବଡ଼ ତଢ଼ାଉ ବେଶ ନାମେ ବିଦିତ । ରଥ ଉପରେ ଏହି ବର୍ଣ୍ଣାଢ଼୍ୟ, ଅବର୍ଣ୍ଣନୀୟ ବେଶ ଦେଖି ସଚରାଚର ବିଶ୍ବ ବ୍ରହ୍ମାଣ୍ଡ ବିହ୍ବଳିତ ହୋଇଯାଏ । ପତିତ ପାବନଙ୍କର ସର୍ବଜନ-ମନ-ମୋହନ ପାଇଁ ଏହି ରାଜା ରାଜେଶ୍ବର ବେଶ । କୋଟି ଓଡିଆର ପ୍ରାଣ ଦେବତା, ଉତ୍କଳୀୟ ମଉଡ ମଣି ମହଣ ମହଣ ସୁନାରେ ବିଭୂଷିତ ହୋଇଥାନ୍ତି । ଏକ ବିତ୍ତଶାଳୀ ବେଶଭୂଷାରେ ଦର୍ଶନ ଦିଅନ୍ତି ମହାବାହୁ । ଶ୍ରୀଜଗନ୍ନାଥଙ୍କ ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡିଆଣି, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ବର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ହରିଡା କଦମ୍ବ ମାଳି, ବାହାଡା ମାଳି, ତାବିଜ ମାଳି, ସେବତି ମାଳି, ତ୍ରିଖଣ୍ଡିକା, ତ୍ରିଖଣ୍ଡିକା କମର ପଟି ଧାରଣ କରିଥାନ୍ତି । ସେହିପରି ଶ୍ରୀବଳଭଦ୍ରଙ୍କ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡିଆଣି, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡା ମାଳି, ବାଘନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି ବିଭୂଷିତ ହୋଇଥାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.