thumbnail

ନୀଳାଚଳେ ଜଗନ୍ନାଥ: ବାଟରେ ରହି ବାଟ ମଙ୍ଗଳା, ବ୍ରହ୍ମାଙ୍କୁ ଦେଖାଇଥିଲେ ଶ୍ରୀକ୍ଷେତ୍ର ରାସ୍ତା

By

Published : Jun 29, 2020, 12:28 PM IST

ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ ପ୍ରବେଶ ପୂର୍ବରୁ ପଡେ ମା' ବାଟ ମଙ୍ଗଳାଙ୍କ ମନ୍ଦିର । ପ୍ରତ୍ୟେକ ଶ୍ରଦ୍ଧାଳୁ ଅତି ଶ୍ରଦ୍ଧାର ସହ ମା' ବାଟ ମଙ୍ଗଳାଙ୍କୁ ପ୍ରଣାମ ଜଣାଇ ଶ୍ରୀକ୍ଷେତ୍ର ପୁରୀକୁ ପ୍ରବେଶ କରିଥାନ୍ତି । ବିଶ୍ବାସ ରହିଛି ମା' ବାଟ ମଙ୍ଗଳାଙ୍କ ଆଶୀର୍ବାଦ ନେଇ ଗଲେ ଶ୍ରୀକ୍ଷେତ୍ର ଯାତ୍ରା ସଫଳ ହୁଏ । ରାସ୍ତାରେ ଯାତ୍ରା ସମୟରେ କୌଣସି ବିଘ୍ନ ହୁଏ ନାହିଁ । ତେବେ ଏହି ମା' ବାଟ ମଙ୍ଗଳା ପୀଠ ସଂପର୍କରେ ଏକ କିମ୍ବଦନ୍ତୀ ରହିଛି । ଶ୍ରୀମନ୍ଦିର ପ୍ରତିଷ୍ଠା ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ସ୍ବର୍ଗ ଲୋକକୁ ଯାଇ ବ୍ରହ୍ମାଙ୍କୁ ଆଣିବାକୁ ଯାଇଥିଲେ । ତେବେ ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ର ଉପକଣ୍ଠରେ ପହଞ୍ଚିଥିଲେ ସତେବେଳେ ଶ୍ରୀକ୍ଷେତ୍ରର ଅନେକ ଭୌଗଳିକ ସ୍ଥିତି ବଦଳି ଯାଇ ଥିଲା । ଶ୍ରୀମନ୍ଦିରକୁ ରାସ୍ତା ଜାଣି ପାରି ନଥିଲେ ରାଜା ଇନ୍ଦ୍ରଦ୍ୟୁମ୍ନ । ସେଠି ଏକ ବଟ ବୃକ୍ଷ ମୁଳରେ ମା ମଙ୍ଗଳା ବାସ କରୁଥିଲେ । ସେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀକ୍ଷେତ୍ରକୁ ରାସ୍ତା ଦେଖେଇ ଥିଲେ । ମା' ମଙ୍ଗଳା ଶ୍ରୀକ୍ଷେତ୍ରକୁ ମାର୍ଗଦର୍ଶନ କରାଇ ଥିବା ହେତୁ ମା ମଙ୍ଗଳାଙ୍କୁ ବାଟ ମଙ୍ଗଳା ନାମରେ ନାମିତ ହୋଇ ଥିବା ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.