ନୀଳାଚଳେ ଜଗନ୍ନାଥ: ମହାପ୍ରଭୁଙ୍କ ଦାମ୍ପତ୍ୟ ଲୀଳାର ରୋଚକ ରହସ୍ୟ, ହେରାପଞ୍ଚମୀ

By

Published : Jun 27, 2020, 12:42 PM IST

thumbnail
ପୁରୀ: ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଗୋଟିଏ ସ୍ୱତନ୍ତ୍ର ନୀତି ହେଉଛି ‘ହେରାପଞ୍ଚମୀ’ । ‘ହେରା’ର ଅର୍ଥ ଦର୍ଶନ ବା ଦେଖା । ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିବା ଶ୍ରୀଜଗନ୍ନାଥଙ୍କୁ ଏହିଦିନ ଦେବୀ ଲକ୍ଷ୍ମୀ ’ ଦେଖିବାକୁ ଯାଆନ୍ତି । ସେଇଥିପାଇଁ ଏହାର ନାମ ‘ହେରାଯାତ୍ରା’ । ରଥଯାତ୍ରାର ପଞ୍ଚମ ଦିନ ଏହି ନୀତି ହେଉଥିବାରୁ ଏହାର ନାମ ‘ହେରାପଞ୍ଚମୀ’ । କିନ୍ତୁ ପ୍ରକୃତରେ ଏହା ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ହୋଇଥାଏ । ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ ହେଲେ ମଧ୍ୟ ତାଙ୍କର ଲୀଳାଖେଳା ଆମ ମଣିଷଙ୍କ ପରି । ତାଙ୍କର ଏହି ‘ମାନବୀୟ ଲୀଳା’ର ଏକ ନିଦର୍ଶନ ହେଉଛି ‘ହେରା ପଞ୍ଚମୀ’ । ଏହା ଶ୍ରୀଜଗନ୍ନାଥ ଓ ଦେବୀ ଲକ୍ଷ୍ମୀଙ୍କ ଏକ ‘ଦାମ୍ପତ୍ୟ-ଲୀଳା’ । ପରମ୍ପରା ଅନୁଯାୟୀ ପ୍ରଭୁ ଜଗନ୍ନାଥ କୃଷ୍ଣ ଭାବରେ ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ଦିନ ଲକ୍ଷ୍ମୀ ସ୍ବରୁପା ରୁକୁଣ୍ମୀଙ୍କୁ ବିବାହ କରିଥାନ୍ତି । ଶୁକ୍ଲ ଚତୁର୍ଦଶୀ ରାତ୍ରରେ ତାଙ୍କର ଚତୁର୍ଥୀ ହୋମ ହୁଏ । କିନ୍ତୁ ମହାପ୍ରଭୁ ଚତୁର୍ଥୀ ସ୍ନାନ କରିବାକୁ ଯାଇ ଗୋପ୍ୟ ହୋଇଯାଆନ୍ତି । ମାତା ଲକ୍ଷ୍ମୀଙ୍କ ସହ ଆଉ ସାକ୍ଷାତ ହୁଏ ନାହିଁ । ଏପଟେ ମହାପ୍ରଭୁ ସ୍ନାନ ପରେ ଜ୍ବରଗ୍ରସ୍ତ ହୋଇ ଅଣସର ଘରେ ରହିଥାନ୍ତି । ପରେ ପରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଦେଇ ବଡ ଭଉଣୀ ଓ ବଳରାମଙ୍କ ସହ ଗୁଣ୍ଡିଚା ଘରକୁ ଘୋଷଯାତ୍ରାରେ ବାହାରି ପଡନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.