‘ନିଜ ପିଠି ନ ଥାପୁଡ଼ାଇ କୋରୋନା ମୁକାବିଲା ଦିଗରେ ପଦକ୍ଷେପ ନିଅନ୍ତୁ ସରକାର’ - କ୍ବାରେନଣ୍ଟାଇନ ସେଣ୍ଟର
🎬 Watch Now: Feature Video
ଭୁବନେଶ୍ବର: ପ୍ରେସମିଟ ଜରିଆରେ ରାଜ୍ୟ ସରକାରଙ୍କ ଅଧିକାରୀ କେବଳ ନିଜେ ନିଜର ପିଠି ଥାପୁଡ଼ାଇବା କାମ କରୁଛନ୍ତି । କୋରୋନା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ତାହା କରାଯାଉନାହିଁ । ପ୍ରଥମେ ସେ ଦିଗରେ କାର୍ଯ୍ୟ କଲେ ରାଜ୍ୟବାସୀ ଆପଣା ଛାଏଁ ସାବାସୀ ଦେବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ମଙ୍ଗଳବାର ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏହା ଉଲ୍ଲେଖ କରି କହିଛନ୍ତି ।