ପ୍ରଶଂସାର ପାତ୍ର ନିକୁଞ୍ଜ, ବାପାଙ୍କ ମୃତ୍ୟୁ ପରେ ବି କରୁଥିଲେ କୋରୋନା ବୈଠକ - ପ୍ରଶଂସାର ପାତ୍ର ନିକୁଞ୍ଜ
🎬 Watch Now: Feature Video

ଭୁବନେଶ୍ବର: କର୍ତ୍ତବ୍ୟ ପରାୟଣତା ଆଗରେ ପରିବାରକୁ ପଛ କଲେ ସ୍ବାସ୍ଥ୍ୟ ସଚିବ । ବାପାଙ୍କ ମୃତ୍ୟୁ ଖବର ଶୁଣିବା ପରେ ମଧ୍ୟ କାର୍ଯ୍ୟ କ୍ଷେତ୍ର ଛାଡ଼ିନଥିଲେ ନିକୁଞ୍ଜ ବିହାରୀ ଧଳ । ରାଜ୍ୟବାସୀଙ୍କ ବିପତ୍ତି ବେଳେ ସ୍ବାସ୍ଥ୍ୟ ସଚିବଙ୍କ ଏପରି କର୍ତ୍ତବ୍ୟ ନିଷ୍ଠା ବର୍ତ୍ତମାନ ଚର୍ଚ୍ଚା ପାଲଚିଛି । ସେପଟେ ଅଧିକାରୀଙ୍କ ଏହି କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।