ବିଜେଡିର 'ଜୀବନବିନ୍ଦୁ' କାର୍ଯ୍ୟକ୍ରମ: ରକ୍ତଦାନ କଲେ ସଞ୍ଜୟ ଦାସବର୍ମା

By

Published : Jun 24, 2020, 7:45 PM IST

thumbnail
ଭୁବନେଶ୍ବର: କୋରୋନା ମହାମାରୀ ଭଳି ଘଡି଼ସନ୍ଧି କାଳରେ ବିଜେଡିର ରକ୍ତଦାନ କାର୍ଯ୍ୟକ୍ରମ । କୋରୋନା କଟକଣା ଭିତରେ ବିଜେଡି ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ ଜୀବନବିନ୍ଦୁ ଆରମ୍ଭ ହୋଇଛି । ଦଳୀୟ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଛାତ୍ର ବିଜେଡି ଆୟୋଜନ କରିଥିଲା । ବିଜୁ ଛାତ୍ର ଜନତା ଦଳର ସଭାପତି ରାଣା ପ୍ରତାପ ପାତ୍ରଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ରକ୍ତଦାନ କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଆଜିଠୁ ବିଜେଡିର ୭ ଦିନିଆ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ ଦେଇଥିଲେ ଯେ, କୋରୋନା ସମୟରେ ରକ୍ତ ଅଭାବ ଯେପରି ନରୁହେ ।ରକ୍ତ ଅଭାବରୁ କୈାଣସି ରୋଗୀଙ୍କ ମୃତ୍ୟୁ ନହେଉ । ଏହାକୁ ଧ୍ୟାନରେ ରଖି କୋରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ କୋରୋନା କଟକଣା ଅନୁଯାୟୀ ରକ୍ତଦାନ କାର୍ଯ୍ୟକ୍ରମ କରାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.