ଜନତା କର୍ଫ୍ୟୁ ସମୟରେ କେମିତି ରହିଛି ରାଜଧାନୀର ଦୃଶ୍ୟ, ଦେଖନ୍ତୁ... - CUTTACK

🎬 Watch Now: Feature Video

thumbnail

By

Published : Mar 22, 2020, 12:14 PM IST

Updated : Mar 22, 2020, 1:45 PM IST

ଜନତା କର୍ଫ୍ୟୁ ଆଜି ସମଗ୍ର ଦେଶରେ ଲାଗୁ ହୋଇଛି । ଏହାକୁ ରାଜ୍ୟ ଦେଶ ତଥା ରାଜ୍ୟର ନାଗରିକ ମାନେ ସମ୍ପୂର୍ଣ୍ଣ ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି। ଏ ଦୃଶ୍ୟ ହେଉଛି ଭୁବନେଶ୍ବରର ଅନ୍ୟତମ ଜନଗହଳିପୂର୍ଣ୍ଣ ସ୍ଥାନ କିଟ ଛକ । ଏଠାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳେ । କିନ୍ତୁ ଆଜି ଏଠାରେ ନୀରବତା ଖେଳୁଛି। କାଁ ଭାଁ କିଛି ଲୋକ ବାହାରି ଯାଉଥିବାବେଳେ ପୋଲିସ ଲୋକମାନଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । ଠିକ ସମାନ ଅବସ୍ଥା ଦେଖିବାକୁ ମିଳିଛି ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଛକ ଏବଂ ଜୟଦେବ ବିହାର ଛକରେ । କାଁ ଭାଁ ଲୋକେ ଅତି ଜରୁରୀ କାମରେ ଯାଉଥିବା ବେଳେ ରାସ୍ତା ଖାଲି ଖାଲି । ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ
Last Updated : Mar 22, 2020, 1:45 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.