ବିଧାନସଭା ପୂର୍ବରୁ ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କ ହେବ କୋଭିଡ ପରୀକ୍ଷା - bhubaneswar news

🎬 Watch Now: Feature Video

thumbnail

By

Published : Sep 25, 2020, 10:33 PM IST

ଭୁବନେଶ୍ବର: ବିଧାନସଭା ପୂର୍ବରୁ ବିଧାୟକ, ତାଙ୍କ କର୍ମଚାରୀ ଓ ବିଧାନସଭା କର୍ମଚାରୀଙ୍କ ହେବ କୋରୋନା ଟେଷ୍ଟ । ପାଖାପାଖି 900 ଜଣଙ୍କ ହେବ କୋଭିଡ ଟେଷ୍ଟିଂ । ଚଳିତ ବିଧାନସଭା ପୂର୍ବରୁ ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କ ହେବ କୋଭିଡ ପରୀକ୍ଷା । ବିଧାନସଭା ଭିତରେ କୋଭିଡ ପରୀକ୍ଷା ପାଇଁ ୭ଟି ଟିମ କରାଯାଇଛି । ୬ଟି ସ୍ଥାନରେ କୋଭିଡ ଟେଷ୍ଟିଂ କରାଯିବାର ବ୍ୟବସ୍ଥା ହୋଇଛି । ଶନିବାରଠୁ 2ଟି ପର୍ଯ୍ୟାୟରେ ଟେଷ୍ଟିଂ ହେବ । ଅନ୍ୟ ଦୁଇ ଦିନ କେବଳ ଦିନ ବେଳା ଟେଷ୍ଟିଂ କରାଯିବ । ପ୍ରଥମ ଦିନରେ ପ୍ରାୟ ୪୦୦ ଟେଷ୍ଟ, ଦ୍ୱିତୀୟ ଦିନରେ ୩୦୦ ଓ ତୃତୀୟ ଦିନରେ ୨୦୦ରୁ ଊର୍ଦ୍ଧ୍ବ ଟେଷ୍ଟିଂ କରାଯିବ । ଏହାପରେ ସମଗ୍ର ବିଧାନସଭା ପରିସରକୁ ସାନିଟାଇଜ କରାଯିବ । ପରେ ୨୮ ତାରିଖ ଅପରାହ୍ନରେ ଆଉ ଥରେ ସାନିଟାଇଜ କରାଯିବ । ଏହାଛଡା ବିଧାନସଭା ଚାଲିବା ସମୟରେ ମଧ୍ୟ ଗୋଟିଏ ଆଣ୍ଟିଜେନ ପରୀକ୍ଷଣ ଟିମ ବାହାରେ ରହିବେ । ୫ ଦିନ ପରେ ଆଉ ଥରେ ଆରଟିପିସିଆର ଟେଷ୍ଟ ହେବ ବୋଲି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏସମସ୍ତ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.