thumbnail

By

Published : Mar 21, 2022, 8:02 PM IST

Updated : Feb 3, 2023, 8:20 PM IST

ETV Bharat / Videos

Municipal Poll: ଗୁରୁବାର ନିର୍ବାଚନ, ଯାଜପୁରରେ ବିଜେଡିର ବିଶାଳ ରାଲି

ଯାଜପୁର: ପାଖେଇ ଆସୁଛି ପୌର ନିର୍ବାଚନ । ଆସନ୍ତାକାଲି (ମଙ୍ଗଳବାର) ସରିବ ନିର୍ବାଚନ ପ୍ରଚାର । ଏଥିପାଇଁ ପ୍ରତ୍ୟେକ ପୌରାଞ୍ଚଳରେ ପ୍ରଚାର ଜୋରଦାର ହୋଇଛି । ରାଜ୍ୟର ଅନ୍ୟତମ ପୁରାତନ ଯାଜପୁର ପୌରପାଳିକାରେ ମଧ୍ୟ ପ୍ରଚାର ଜୋରଦାର କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ବିଶାଳ ବାଇକ ରାଲି କରାଯାଇଛି । ରାଲି କୁସୁମା ପୋଖରୀରୁ ବାହାରି ସମଗ୍ର ସହର ପରିକ୍ରମା କରିଛି । ରାଜ୍ୟ ସରକାରଙ୍କ ସଫଳତା ଓ ସହରର ବିକାଶକୁ ପ୍ରସଙ୍ଗ କରି ଭୋଟ ଭିକ୍ଷା କରିଛନ୍ତି ପ୍ରାର୍ଥୀ । ଏହି ରାଲିରେ ସହରର ୧୮ ଟି ୱାର୍ଡର କାଉନସିଲର ଏବଂ ପୌରାଧ୍ୟକ୍ଷା ପ୍ରାର୍ଥୀ ମାନେ ସାମିଲ ହୋଇ ଏକାଠି ପ୍ରଚାର କରିଛନ୍ତି । ସେହିପରି ଦଳୀୟ ପ୍ରଚାରରେ ସାମିଲ ହୋଇଛନ୍ତି ଷ୍ଟାର ପ୍ରଚାରକ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏଲିନା ଦାସ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ ବିକାଶମୂଳକ କାର୍ଯ୍ୟ ପାଇଁ ବିଜେଡି ନିଶ୍ଚୟ ବିଜୟୀ ହେବ ବୋଲି ଉଭୟ ଆଶା କରିଛନ୍ତି । ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.