ସୀମା ବିବାଦ ଟେନସନରେ ବଜାର ବେହାଲ, ତଳମୁହାଁ ସେୟାର ସୂଚକାଙ୍କ - ସୀମା ବିବାଦ ଟେନସନରେ ବଜାର ବେହାଲ
🎬 Watch Now: Feature Video
ମୁମ୍ବାଇ: ଭୁରାଜନୈତିକ ବିବାଦ ଓ ମୁନାଫାଖୋରଙ୍କ ଚାପ ମଧ୍ୟରେ ସେନସେକ୍ସ ଓ ନିଫ୍ଟି ଭାରୀ ହ୍ରାସ ଦେଖିବାକୁ ମିଳିଛି । ପ୍ରଥମ ତ୍ରୟମାସର ଜିଡିପି ରିପୋର୍ଟ ଆସିବା ପୂର୍ବରୁ ବଜାର ଥଣ୍ଡା ପଡିଯାଇଛି । ଯେତବେଳେ କି କାରବାର ଆରମ୍ଭରେ ମଜବୁତ ସଙ୍କେତ ରହିଥିଲା । ସୋମବାର ବିଏସଇ ସେନସେକ୍ସ 839 ପଏଣ୍ଟ ହ୍ରାସ ହୋଇ 38,628 ରେ ବନ୍ଦ ହୋଇଛି । ସେହିପରି ଏନଏସଇ ନିଫ୍ଟି 260 ପଏଣ୍ଟ ଖସି 11,387ରେ ଅଟକିଛି । ସେପଟେ ପେଟ୍ରୋଲ ଓ ଡିଜେଲ ଦାମ ଆଜି ସ୍ଥିର ରହିଥିଲେ ବି ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ 5 ମାସର ସର୍ବୋଚ୍ଚ ସ୍ତର ନିକଟତର ରହିଛି ।