କୋଲ ଇଣ୍ଡିଆର ଘରୋଇକରଣ ପ୍ରଶ୍ନ ଉଠୁନି: କୋଇଲା ମନ୍ତ୍ରୀ - Pralhad Joshi
🎬 Watch Now: Feature Video
ନୂଆଦିଲ୍ଲୀ: କୋଲ ଇଣ୍ଡିଆର ଘରୋଇକରଣ ନେଇ ପ୍ରଶ୍ନ ଉଠୁନି । 2023-24 ଆର୍ଥିକ ବର୍ଷ ସୁଦ୍ଧା କୋଲ ଇଣ୍ଡିଆ 1 ବିଲିୟନ ଟନ କୋଇଲା ଉତ୍ପାଦନ ହାସଲ କରିବ ! ଏ ନେଇ ଦୃଢ ବିଶ୍ବାସ ସହ କହିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏଥିସହ ସେ ସୁନିଶ୍ଚିତ କରିଛନ୍ତି କି ଆଜିର ଦିନରେ କୋଲ ଇଣ୍ଡିଆ ପାଖରେ ପର୍ଯ୍ୟାପ୍ତ ପରିମାଣରେ କୋଲ ବ୍ଲକ ରହିଛି । ଯାହା ଦ୍ବାରା ଏହା ସର୍ବନିମ୍ନ 50ରୁ 60 ବର୍ଷ ଯାଏଁ ଉତ୍ପାଦନ କରିପାରିବ ।