ବଜାରରେ ଅନିଶ୍ଚିତତା, ସାମାନ୍ୟ ହ୍ରାସ ସହ ବନ୍ଦ କାରବାର - ସାମାନ୍ୟ ହ୍ରାସ ସହ ବନ୍ଦ କାରବାର
🎬 Watch Now: Feature Video
ମୁମ୍ବାଇ: କୋଭିଡ-19 ମହାମାରୀ ଅନିଶ୍ଚିତତା ମଧ୍ୟରେ ଗୁରୁବାର ସେନସେକ୍ସ ଓ ନିଫ୍ଟି ସାମାନ୍ୟ ହ୍ରାସ ସହ କାରବାର ବନ୍ଦ କରିଛି । ବର୍ତ୍ତମାନର ଆର୍ଥିକ ସଙ୍କଟ ମଧ୍ୟରେ ନିବେଶକ ସତର୍କ ରହିବାକୁ ଚେଷ୍ଟା କରୁଛନ୍ତି । ଏଥିଯୋଗୁଁ ଗୁରୁବାର ବିଏସଇ ସେନସେକ୍ସ 59.14 ପଏଣ୍ଟ ହ୍ରାସ ହୋଇ 38,310.49 ରେ ପହଞ୍ଚିଥିବା ବେଳେ ଏନଏସଇ ନିଫ୍ଟି 7.95 ପଏଣ୍ଟ କମି 11,300.45ରେ କାରବାର ଶେଷ କରିଛି। ସେପଟେ ଡଲା ତୁଳନାରେ ଟଙ୍କା 1 ପଇସା ହ୍ରାସ ହୋଇ 74 ଟଙ୍କା 84 ପଇସା ରହିଛି ।