ଦୁର୍ବଳ ବୈଶ୍ବିକ ସଙ୍କେତ ପ୍ରଭାବରେ ଘରୋଇ ସେୟାର ବଜାର ବେଲଗାମ - ଘରୋଇ ସେୟାର ବଜାର ବେଲଗାମ
🎬 Watch Now: Feature Video

ମୁମ୍ବାଇ: କାରବାର ସପ୍ତାହର ଶେଷ ଦିନରେ ସେୟାର ବଜାରରେ କୋହରା । ବୈଶ୍ବିକ ସ୍ତରରେ ଦୁର୍ବଳ ସଙ୍କେତ ମଧ୍ୟରେ ଘରୋଇ ସେୟାର ବଜାରରେ ସେୟାର ସୂଚକାଙ୍କ ତଳମୁହାଁ ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି ଓ ଇମ୍ଫୋସିସ ଭଳି ବଡ କମ୍ପାନୀ ସେୟାର ଖସିବା ପରେ ଶୁକ୍ରବାର ବିଏସଇ ସେନସେକ୍ସ 633.76 ପଏଣ୍ଟ ହ୍ରାସ ହୋଇ 38,357.18 ରେ କାରବାର ବନ୍ଦ କରିଛି । ସେହିପରି ଏନଏସଇ ନିଫ୍ଟି 193.60 ପଏଣ୍ଟ କମି 11,333.85 ରେ ପହଞ୍ଚିଛି ।