ରାସ୍ତାରେ ବୁଲୁଛନ୍ତି ଯମରାଜ, କରୁଛନ୍ତି ସଡକ ସୁରକ୍ଷା ସଚେତନତା

By

Published : Feb 17, 2021, 1:53 PM IST

thumbnail
ବରଗଡ: ସଡକ ସୁରକ୍ଷା ମାସ ପାଳନ ଅବସରରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ସହ ସଚେତନ କଲେ ଜନ୍ତୁପତି ଯମରାଜ । ବରଗଡ ଜିଲ୍ଲା ସ୍କାଉଟ ଏବଂ ଜୁନିୟର ରେଡକ୍ରସ ବିଭାଗ ତରଫରୁ ବାଳିକା ବିଦ୍ୟାଳୟରୁ ଏକ ରାଲି ବାହାରି ସହର ପରିକ୍ରମା କରିବା ସହ ଗାଡି ଚଳାଇବା ସମୟରେ ହେଲମେଟ ପିନ୍ଧିବା ,ସିଟ ବେଲ୍ଟ ବ୍ୟବହାର କରିବା ସହ ମଦ୍ୟ ପାନ କରି ଗାଡି ନ ଚଳାଇବାକୁ ବୁଝାଇଥିଲେ । ଜନ୍ତୁପତି ଯମରାଜ ନାଟକୀୟ ଭଙ୍ଗିରେ ହେଲମେଟ ପିନ୍ଧି ନଥିବା ଚାଳକଙ୍କୁ ସାବାଡ କରିବା ସହ ଯେଉଁ ମାନେ ହେଲମେଟ ପିନ୍ଧିଥିଲେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢୁଥିବା ବେଳେ ଲୋକଙ୍କୁ ୧୦ ଗୋଟି ସାଧାରଣ ତ୍ରୁଟିକୁ ନେଇ ଲୋକଙ୍କୁ ସଚେତନ କରିଥିଲେ । ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.