ହସ୍ପିଟାଲ ଭିତରେ ଢେଉ ଭାଙ୍ଗୁଛି ବର୍ଷା ପାଣି, ହନ୍ତସନ୍ତ ରୋଗୀ
🎬 Watch Now: Feature Video
ଭୋପାଳ: ଚାରିଆଡେ ଏବେ ଜଳପ୍ରଳୟ। ଯେଉଁ ଆଡେ ଦେଖିବ ଖାଲି ପାଣି, ପାଣି ଆଉ ପାଣି। ଅବିଶ୍ରାନ୍ତ ବର୍ଷାରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଲୋକେମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ତେବେ ଏହା ହେଉଛି ଏକ ହସ୍ପିଟାଲର ଦୃଶ୍ୟ, ପ୍ରବଳ ବର୍ଷା ଯୋଗୁଁ ମେଡିକାଲରେ ଲହଢୀ ଭାଙ୍ଗୁଛି ପାଣି । ଭୋପାଳର ଚିରାୟୁ ହସ୍ପିଟାଲରେ ଜଳ ପ୍ରବେଶ କରିବା ପରେ ସମସ୍ତ କର୍ମୀମାନେ ଏହାକୁ ସଫା କରିବାରେ ଲାଗି ପଡିଛନ୍ତି। ତେବେ ମହାମାରୀ କାଳରେ ଯଦି ହସ୍ପିଟାଲ ଭିତରେ ଆଣ୍ଠୁଏ ପାଣି ପ୍ରବେଶ କରିବ ତେବେ ରୋଗୀ ଅବସ୍ଥା ନକହିବା ଭଲ।