thumbnail

By

Published : Aug 24, 2021, 1:39 PM IST

ETV Bharat / Videos

ଭାରତ ପହଞ୍ଚିଲା ଶ୍ରୀ ଗୁରୁଗ୍ରନ୍ଥ ସାହିବଙ୍କ ସ୍ବରୁପ, ମୁଣ୍ଡରେ ଥୋଇ ବୋହି ଆଣିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କାବୁଲରୁ ସ୍ବଦେଶ ଫେରିଛନ୍ତ 25 ଭାରତୀୟ । ଏମାନଙ୍କ ମଧ୍ୟରେ ଅଧିକାଂଶ ରହିଛନ୍ତି ଶିଖ ସମ୍ପ୍ରଦାୟ । କାବୁଲରୁ ସୁରକ୍ଷିତ ଫେରିବା ସହ ନିଜ ଭଗବାନ ଶ୍ରୀ ଗୁରୁଗ୍ରନ୍ଥ ସାହିବଙ୍କ ସ୍ବରୁପକୁ ସାଥୀରେ ଆଣିଛନ୍ତି ଶିଖ ସମ୍ପ୍ରଦାୟ । ତେବେ ବିମାନଟି ଦିଲ୍ଲୀରେ ପହଞ୍ଚବା କ୍ଷଣି ଖୋଦ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ନିଜେ ଏହାକୁ ମୁଣ୍ଡରେ ବୋହି ଆଣୁଥିବା ଦେଖିବାକୁ ମିଳିଛି । ଆଫଗାନିସ୍ତାନର କାବୁଲରୁ ବିମାନରେ ଏହି ଗ୍ରନ୍ଥ ଆଣାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ସହିତ ବିମାନ ବନ୍ଦରରୁ ଏମଇଏର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ଓ ବିଜେପି ନେତା ଆରପି ସିଂ ଶ୍ରୀ ଗୁରୁଗ୍ରନ୍ଥ ସାହିବଙ୍କ ସ୍ବରୁପକୁ ଟେକି ଆଣୁଥିବା ଦେଖିବାକୁ ମିଳିଛି । @ANI

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.