ହିଞ୍ଜିଳିରୁ ଶୁଭାରମ୍ଭ ହେବ ସ୍ମାର୍ଟକ୍ଲାସ, ଗଞ୍ଜାମରେ ପହଞ୍ଚିଲେ ୧୭ ବିଧାୟକ - ବ୍ରହ୍ମପୁର ଖବର

🎬 Watch Now: Feature Video

thumbnail

By

Published : Aug 21, 2021, 2:03 PM IST

ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରୁ ଶୁଭାରମ୍ଭ ହେବ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ । ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ହିଞ୍ଜିଳି ଓ ଶେରଗଡ ବ୍ଲକର ୫୦ ବିଦ୍ୟାଳୟରେ ଏହାର ଶୁଭାରମ୍ଭ ହେବ । ଆଜି ସନ୍ଧ୍ୟାରେ ଏହାକୁ ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ । ଏନେଇ ଉଦଘାଟନୀ ଦିବସରେ ଯୋଗ ଦେବା ପାଇଁ ଗଞ୍ଜାମରେ ପହଞ୍ଚିଛନ୍ତି ୧୭ ଜଣ ବିଧାୟକ । ସମସ୍ତ ବିଧାୟକ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ତାମ୍ପରା ଠାରେ ପହଞ୍ଚିବା ପରେ ସେଠାରେ ସ୍ୱତନ୍ତ୍ର ଦୁଇଟି ଗାଡିରେ ମାଆ ତାରାତାରିଣୀ ମନ୍ଦିରରେ ପହଞ୍ଚି ଦର୍ଶନ କରିବା ପରେ ସେଠାରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିବା ପରେ ଶେଷରେ 10ଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟକ୍ରମରେ ପହଞ୍ଚିବେ । ପାଞ୍ଚୋଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ରହିଥିବା ବେଳେ ପ୍ରଥମ ଦିନରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଦୁଇ ମନ୍ତ୍ରୀଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଣବ ପ୍ରକାଶ ଦାଶ ପ୍ରମୁଖ ରହିଛନ୍ତି । ଏ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.