ଭୈରବୀଙ୍କ ପୀଠରେ ଶାରଦୀୟ ଷୋହଳ ପୂଜା - ଶକ୍ତି ପୀଠ
🎬 Watch Now: Feature Video
ବୌଦ୍ଧ: ଶାରଦୀୟ ଷୋହଳ ପୂଜା ପାଇଁ ଉତ୍ସବ ମୁଖର ବିଭିନ୍ନ ଶକ୍ତି ପୀଠ । କେଉଁଠି ମାଙ୍କ ପୂଜା ଗୁପ୍ତ ରୀତିନୀତିରେ କରାଯାଇଛି ତ ପୁଣି କେଉଁଠି ସାର୍ବଜନୀନ ପୂଜନ ଉତ୍ସବ ଜାରି ରହିଛି । ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶକ୍ତି ପୀଠ ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଦେବୀ ଭୈରବୀଙ୍କ ପୀଠରେ ପରମ୍ପରା ମୁତାବକ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ଜାରି ରହିଛି । ଏହି ସମୟରେ ସାଧାରଣ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି । ପ୍ରତ୍ୟେକ ଦିନ ଭୈରବୀଙ୍କୁ ବିଭିନ୍ନ ରୂପରେ ପୂଜାର୍ଚ୍ଚନା ଜାରି ରହିଛି । ସେହିପରି ଅଁଳାପାଲି ରାଜବନ୍ଧ କୂଳରେ ଥିବା ପ୍ରାଚୀନ ତଥା ଐତିହାସିକ ଶକ୍ତିପୀଠ ଚଣ୍ଡୀ ମନ୍ଦିର ଠାରେ ମଧ୍ୟ ଶାରଦୀୟ ଷୋହଳ ପୂଜା ମହା ଆଡମ୍ବରରେ ପାଳନ କରାଯାଉଛି । ପତ୍ନତାତ୍ତ୍ବିକ ଦୃଷ୍ଟି କୋଣରୁ ଏହି ଶକ୍ତି ପୀଠର ଯଥେଷ୍ଟ ମହତ୍ତ୍ଵ ରହିଥିବା ବେଳେ ବର୍ଷର ଶାରଦୀୟ ଷୋହଳ ପୂଜା ଏହି ପୀଠର ପ୍ରସିଦ୍ଧି ଆଣି ଦେଇଛି। ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
Last Updated : Oct 6, 2021, 12:26 PM IST