ETV Bharat / state

ପ୍ରାକୃତିକ ବିପର୍ଯ୍ୟୟରେ ଅଦିନିଆ ବର୍ଷା ସାମିଲ, 292 କୋଟି ସହାୟତା ପାଇବେ ଚାଷୀ - KRUSHI ODISHA 2025

ଅଦିନିଆ ବର୍ଷାକୁ ବିପର୍ଯ୍ୟୟ ଭାବେ ଗ୍ରହଣ କଲେ ରାଜ୍ୟ ସରକାର । ରାଜ୍ୟର SDRF ପାଣ୍ଠିରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

KRUSHI ODISHA 2025
KRUSHI ODISHA 2025 (ETV Bharat Odisha)
author img

By ETV Bharat Odisha Team

Published : Jan 3, 2025, 6:01 PM IST

ଭୁବନେଶ୍ବର: ଏଣିକି ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ ଭାବେ ଗ୍ରହଣ କରାଯିବ । ଅଦିନିଆ ବର୍ଷାକୁ ରାଜ୍ୟ ସରକାର ଏକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି । ରାଜ୍ୟର SDRF ପାଣ୍ଠିରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ । ଯେଉଁଚାଷୀଙ୍କର 33 ପ୍ରତିଶତ ବା ଅଧିକ ଫସଲ କ୍ଷତି ହୋଇଥିବ, ସେହି ଚାଷୀଙ୍କୁ ସହାୟତା ମିଳିବ । ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫଳରେ ଅଦିନିଆ ବର୍ଷା ଯୋଗୁ 6 ଲକ୍ଷ 66 ହଜାର 7 ଶହ 20 ଜଣ ଚାଷୀ SDRF ପାଣ୍ଠିରୁ 291 କୋଟି 59 ଲକ୍ଷ ଟଙ୍କା ଇନପୁଟ ସବସିଡି ପାଇବେ ।

ଅଦିନିଆ ବର୍ଷା ଏବେ ପ୍ରାକୃତିକ ବିପର୍ଯ୍ୟୟ:

ପ୍ରାକୃତିକ ବିପର୍ଯ୍ୟୟରେ ଅଦିନିଆ ବର୍ଷା ସାମିଲ (ETV Bharat Odisha)

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର 16ଟି ଜିଲ୍ଲା ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ଧାନ ଓ ଉଦ୍ୟାନ କୃଷି ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି । ରାଜ୍ୟ ସରକାର ଚାଷୀଙ୍କ ସହିତ ଅଛନ୍ତି । ସେମାନଙ୍କୁ ସହଯୋଗ କରିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ । ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଆକଳନ କରାଯାଇଛି । ରାଜ୍ୟ ସରକାର ଏହି ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି ।’

16 ଜିଲ୍ଲାର 6ରୁ ଊର୍ଦ୍ଧ୍ବ ଚାଷୀ କ୍ଷତି ସହିଛନ୍ତି:

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଏହି ପ୍ରାକୃତିକ ବିପର୍ଯ୍ୟୟରେ 16ଟି ଜିଲ୍ଲାର 6 ଲକ୍ଷ 66 ହଜାର 7 ଶହ 20 ଜଣ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ଚାଷୀଙ୍କର 33 ପ୍ରତିଶତରୁ ଅଧିକ ଚାଷ ନଷ୍ଟ ହୋଇଛି । ସେମାନଙ୍କର 2 ଲକ୍ଷ 26 ହଜାର 7 ଶହ 91 ହେକ୍ଟର ଜମି ପ୍ରଭାବିତ ହୋଇଛି । ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଏହାକୁ ଭରଣା କରାଯିବ । ସେଥିପାଇଁ 291 କୋଟି 59 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଚାଷୀ ଉପକୃତ ହେବେ । ଡିବିଟି ଜରିଆରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ ।"

KRUSHI ODISHA 2025
KRUSHI ODISHA 2025 (ETV Bharat Odisha)

ଯାହାର ଯେତେ କ୍ଷତି ତାକୁ ସେତେ ସହାୟତା:

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜିକରଣ କରିଥିବା ଚାଷୀଙ୍କୁ ଆଜିଠାରୁ କ୍ଷତିପୂରଣ ମିଳିବା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ 2 ଲକ୍ଷ 61 ହଜାର ଚାଷୀ ଆବେଦନ କରିଛନ୍ତି । ଡିବିଟି ଜରିଆରେ ଏହି ଅର୍ଥ ରାଶି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି । କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ପରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ହୋଇଥିବା ଚାଷୀମାନଙ୍କ ଆବେଦନ ସମୟ ତିନି ଦିନ ବଢା ଯାଇଥିଲା । ଏଥିପାଇଁ ସବୁ ବୀମାଭୁକ୍ତ ଚାଷୀମାନେ ଆବେଦନ କରିବାର ସୁଯୋଗ ପାଇଛନ୍ତି । 15 ଦିନ ଭିତରେ ବୀମା କମ୍ପାନୀ ମାନେ ପଞ୍ଜିକୃତ ଚାଷୀଙ୍କୁ ସହାୟତା ପ୍ରଦାନ କରିବେ । ଯାହାର ଯେତେ କ୍ଷତି ତାକୁ ସେତେ ସହାୟତା ମିଳିବ । ଆକଳନରୁ ବାଦ ପଡ଼ିଥିବା ଚାଷୀଙ୍କୁ ପରବର୍ତ୍ତୀ ସମୟରେ ସାମିଲ କରାଯିବ ।

ଅଦିନିଆ ବର୍ଷାରେ ଏସବୁ ଜିଲ୍ଲା ବେଶୀ କ୍ଷତି ସହିଛି:

  • ଭଦ୍ରକ
  • କଟକ
  • ଢେଙ୍କାନାଳ
  • ଗଜପତି
  • ଯାଜପୁର
  • କଳାହାଣ୍ଡି
  • ଖୋର୍ଦ୍ଧା
  • କେନ୍ଦ୍ରାପଡା
  • ପୁରୀ
  • ରାୟଗଡା
  • ଜଗତସିଂହପୁର
  • କନ୍ଧମାଳ
  • ନୟାଗଡ
  • ନୂଆପଡା
  • ଅନୁଗୋଳ
  • ଗଞ୍ଜାମ

ସେହିପରି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଦୁଇ ପ୍ରକାର ଚାଷୀ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଜଣେ ପ୍ରଧାନମନ୍ତ୍ରୀ ବୀମା କରିଥିବା ଚାଷୀ ଥିବାବେଳେ ଅନ୍ୟ ଚାଷୀ ବୀମା ଭୁକ୍ତ ନୁହଁନ୍ତି । ବୀମା କରିଥିବା ଚାଷୀଙ୍କୁ ବୀମା କମ୍ପାନୀ ସହାୟତା ଦେବ । ଅନ୍ୟ ଚାଷୀଙ୍କୁ ରାଜ୍ୟ ସରକାର SDRF ପାଣ୍ଠିରୁ ସହାୟତା କରିବେ । ରାଜ୍ୟର 16 ଜିଲ୍ଲାରେ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଯାଜପୁର, କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦ୍ରାପଡା, ପୁରୀ, ରାୟଗଡା, ଜଗତସିଂହପୁର, କନ୍ଧମାଳ, ନୟାଗଡ, ନୂଆପଡା, ଅନୁଗୋଳ, ଗଞ୍ଜାମ ଜିଲ୍ଲାର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । କ୍ଷୟକ୍ଷତି ନେଇ ବିଭାଗ ଓ ଜିଲ୍ଲାପାଳ ମାନେ ରିପୋର୍ଟ ପ୍ରଦାନ କରିଛନ୍ତି ।"

ଏହା ମଧ୍ୟ ପଢନ୍ତୁ:

୩ ଦିନ ବଢିଲା ଅବଧି, ଜାନୁଆରୀ 1 ଯାଏ ପଞ୍ଜୀକରଣ କରିପାରିବେ କ୍ଷତିଗ୍ରସ୍ତ ଚାଷୀ

ଅଦିନିଆ ବର୍ଷା ଛଡେଇନେଲା ଚାଷୀ ମୁହଁରୁ ଆହାର

କ୍ଷେତରେ ଉଜୁଡା ଧାନ ଦେଖିଲେ, ଚାଷୀଙ୍କୁ କ’ଣ କହିଲେ ନବୀନ ଶୁଣନ୍ତୁ

ସବୁ ଚାଷୀଙ୍କୁ କ୍ଷତିପୂରଣ, କେହି ରହିବେନି ଅବହେଳିତ: ଉପମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କ୍ଷତି:

ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ମୋଟ କ୍ଷତିଗ୍ରସ୍ତ ହୋଇଛି 226791.27 ହେକ୍ଟର ଚାଷ । 223311.43 କୃଷି ଓ 3479.83 ହେକ୍ଟର ଉଦ୍ୟାନ କୃଷି ପ୍ରଭାବିତ ହୋଇଛି । ଡିସେମ୍ବର 30 ତାରିଖ ସୁଦ୍ଧା ଜିଲ୍ଲାପାଳ ଦେଇଥିବା ରିପୋର୍ଟ ଅନୁଯାଇ ଅନୁଗୁଳ ଜିଲ୍ଲାରେ କମ କ୍ଷୟକ୍ଷତି ହୋଇଛି । କିନ୍ତୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି । ଗଞ୍ଜାମରେ 60712.61 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ସେଥିରେ 59450 ହେକ୍ଟର କୃଷି ଓ 1262.31 ହେକ୍ଟର ଉଦ୍ୟାନ କୃଷି କ୍ଷୟକ୍ଷତି ହୋଇଛି । ପୁରୀ ଜିଲ୍ଲାରେ 49 296 ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲାର 47817.58 ହେକ୍ଟର ଚାଷ ଓ 1375.68 ହେକ୍ଟର ଉଦ୍ୟାନ କୃଷି ନଷ୍ଟ ହୋଇଛି ।’

3ରୁ4 ଦିନ ଭିତରେ ପହଞ୍ଚିବ ସହାୟତା ରାଶି:

ମନ୍ତ୍ରୀ ଆହୁରି କହିଛନ୍ତି, ‘ଉଭୟ ଫସଲରେ କ୍ଷତି ପାଇଁ 291 କୋଟି 58 ଲକ୍ଷ 88 ହଜାର 513 ଟଙ୍କା ଆଜି ଜିଲ୍ଲାପାଳ ମାନଙ୍କୁ ପ୍ରଦାନ କରାଯିବ । 3ରୁ 4 ଦିନ ଭିତରେ ଚାଷୀଙ୍କ ପାଖରେ ପହଁଚିବ ସହାୟତା ରାଶି । ରାଜ୍ୟରେ ଭାଗ ଚାଷୀ ଚିହ୍ନଟ ହୋଇନାହାନ୍ତି । ତେଣୁ ମୂଳ ଚାଷୀ ଓ ଭାଗ ଚାଷୀ ଉଭୟଙ୍କ ଆପୋଷ ଆଲୋଚନା ମାଧ୍ୟମରେ ଅର୍ଥ ରାଶି ଭାଗ ବଣ୍ଟା କରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.