ଘର ଆଗରେ ଲହଡି ଭାଙ୍ଗୁଛି ବନ୍ୟାଜଳ, ଜଳବନ୍ଦୀ ଅଞ୍ଚଳକୁ ଡଙ୍ଗା ଭରସା
🎬 Watch Now: Feature Video
ପଶ୍ଚିମବଙ୍ଗ: ମହାମାରୀ କାଳରେ ଜଳପ୍ରଳୟ। ଲୋକେ ଭାଇରସ ଭୟରେ ତ୍ରାହି ତ୍ରାହି ଡାକୁଥିବା ବେଳେ ନାକରେ କନ୍ଦାଉଛି ବନ୍ୟା ଜଳ। ବାହାରକୁ ବାହିରିଲେ କାଳ ଓ ଘର ଭିତରେ ରହିଲେ ଜଳ। ଏବେ ପାଦ ପାଦକେ ଭୟ ଗୋଡାଉଥିବା ବେଳେ ଚଲା ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି। ଘର ଭିତରକୁ ଯିବାକୁ ହେଲେ ଡଙ୍ଗାର ସାହାରା ନେଇ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି। ଭିଡିଓ ଦେଖୁଥିବା ଏହି ଦୃଶ୍ୟ ବୟାନ କରୁଛି ପରିସ୍ଥିତିର କୋଠରତା, ନିଷ୍କୁଠୁରତା ଓ ଅସହାୟତାକୁ। ତେବେ ପଶ୍ଚିମବଙ୍ଗର ଶିଲାବତୀ ନଦୀର ଜଳସ୍ତର ବୃଦ୍ଧି ହେତୁ ଏହି ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବାରୁ ମେଦିନୀପୁର ଜିଲ୍ଲାର ଘାଟ ଅଞ୍ଚଳରେ ଲୋକମାନେ ଡଙ୍ଗା ବ୍ୟବହାର କରୁଛନ୍ତି।