ଭୁବନେଶ୍ବର: ସୁନା ଚେନ ଝାମ୍ପି ମହିଳାଙ୍କ ଜୀବନ ନେବା ଘଟଣାରେ ଧରାପଡ଼ିଲା ଆଉ ଜଣେ ଅଭିଯୁକ୍ତ । ଝାଡ଼ଖଣ୍ଡର ଆଉ ଜଣେ ତଡିପାର ଅଭିଯୁକ୍ତ ବିଧାତା ତନ୍ତୁବାଇକୁ ଗିରଫ କରିଛି ପୋଲିସ । ଯୋଡ଼ା ବଡ଼ବିଲ ଅଞ୍ଚଳରୁ ଗିରଫ କଲା ଭୁବନେଶ୍ବର ଏୟାରଫିଲ୍ଡ ଥାନା ପୋଲିସ । ଗିରଫ ପରେ ପୋଲିସ ଜାଣିବାକୁ ପାଇଛି ବିଧାତା ଝାଡଖଣ୍ଡ ପୋଲିସ ଠାରୁ ଏକାଉଣ୍ଟର ପରେ ଖସି ଆସିଥିଲା ଭୁବନେଶ୍ୱର । ଗତକାଲି ସମ୍ପୂର୍ଣ୍ଣ ଘଟଣାର ସିନ ରିକ୍ରିଏସନ୍ କରିଥିଲା ପୋଲିିସ ।
ସୁନା ଚେନ ଝାମ୍ପି ମହିଳାଙ୍କ ଜୀବନ ନେବା ଘଟଣାର ସିନ୍ ରିକ୍ରିଏସନ:
ଏନେଇ ଏୟାରଫିଲଡ ଥାନା ଅଧିକାରୀ ଶଶିକାନ୍ତ ରାଉତ ସୂଚନା ଦେଇଛନ୍ତି," ଗତ ୧୧ ତାରିଖ ଏୟାରଫିଲ୍ଡ ଥାନା ଜଟଣୀ ସୁନ୍ଦରପଦା ରାସ୍ତାରେ ଜଣେ ଦମ୍ପତିଙ୍କୁ ପିଛା କରି ମହିଳାଙ୍କଠାରୁ ସୁନା ଚେନ ଝାମ୍ପିବା ବେଳେ ମହିଳାଙ୍କ ଜୀବନ ନେବା ଘଟଣାରେ ଦ୍ବିତୀୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେ ଝାଡ଼ଖଣ୍ଡ ଜାମସେଦପୁର ଟାଟା ଅଞ୍ଚଳର । ତାକୁ କେନ୍ଦୁଝର ବଡ଼ବିଲ ଅଞ୍ଚଳରୁ ଗିରଫ କରଯାଇଛି । ତାଠାରୁ ଅପରାଧରେ ବ୍ୟବହୃତ ବାଇକ ଭୁବନେଶ୍ୱର ଷ୍ଟେସନ ପାଖରୁ ଜବତ କରାଯାଇଛି ।"

କିପରି ଫେରାର ହୋଇଥିଲେ ଅଭିଯୁକ୍ତ:
'ଅଭିଯୁକ୍ତ ଜଣକର ଝାଡଖଣ୍ଡରେ ଅନେକ ଅପରାଧିକ ମାମଲାରେ ରହିଛି ସମ୍ପୃକ୍ତ । ଝାଡ଼ଖଣ୍ଡ ପୋଲିସ ତା ନାଁରେ ତଡିପାର ଘୋଷଣା କରିଥିଲା । ପୋଲିସର ଏକ ଏକାଉଣ୍ଟର ବେଳେ ଗୁଳି ଖାଇ ଖସି ଆସିଥିଲା ସେ । ସେ ଭୁବନେଶ୍ୱର ସୁନ୍ଦରପଦାରେ ଥିବା କଲ୍ୟାଣୀ ପ୍ଲାଜା ଆପାର୍ଟମେଣ୍ଟରରେ ଭଡାରେ ରହୁଥିଲା । ତା ସହିତ ଅନ୍ୟ ଅଭିଯୁକ୍ତ ରାଜୁ ନାଇଡୁକୁ ମଧ୍ୟ ରହିବା ପାଇଁ ସୁଯୋଗ ଦେଇଥିଲା । ପରେ ଦୁହେଁ ମିଶି ସୁନ୍ଦରପଦା ଜଟଣୀ ରାସ୍ତାରେ ଅନେକ ଅପରାଧିକ କାର୍ଯ୍ୟକଳାପ ଘଟାଉଥିଲେ । ତେବେ ସୁନା ଚେନ ଲୁଟିଲା ବେଳେ ବିଷ୍ଣୁ ପାତ୍ର ନାମ୍ନୀ ଜଣେ ମହିଳାଙ୍କ ଜୀବନ ନେଇଥିଲେ । ଏହି ଘଟଣା ପରେ ଗାଡିଟିକୁ ନେଇ ଭୁବନେଶ୍ୱର ଷ୍ଟେସନ ପାଖରେ ରଖି ଝାଡ଼ଖଣ୍ଡ ପଳାଇଥିଲେ । ପରେ ଝାଡ଼ଖଣ୍ଡରୁ ମୁଖ୍ୟ ଅଭିଯୁକ୍ତ ରାଜୁ ମଣ୍ଡଳ ଧରାପଡ଼ିବା ପରେ ବିଧାତା ଚମ୍ପଟ ମାରିଥିଲା ।

ସାଙ୍ଗକୁ ଟଙ୍କା ମାଗିବା ବେଳେ ଟ୍ରାକ ହେଲା ଅଭିଯୁକ୍ତ :
ଏୟାରଫିଲଡ ଥାନା ଅଧିକାରୀ ଶଶିକାନ୍ତ ରାଉତଙ୍କ ସୂଚନା ମୁତାବକ," ବିଧାତା ତନ୍ତୁବାଇ ଜୋଡା ବଡ଼ବିଲ ଅଞ୍ଚଳରେ ଲୁଚିଥିବା ବେଳେ ଜଣେ ସାଙ୍ଗକୁ ଫୋନ କରି ରାଜୁ ବିଷୟରେ ପଚାରୁଥିଲା ପରେ ତାକୁ କିଛି ଟଙ୍କା ମାଗୁଥିଲା । ଯାହାକୁ ଉଠାଇବାକୁ ଯୋଡ଼ା ଅଞ୍ଚଳର ଏକ ଦୋକାନରେ ୟୁପିଆଇ ସ୍କାନର ପଠାଇଥିଲା । ଯେଉଁ ୟୁପିଆଇକୁ ଟ୍ରାକ କରି ପୋଲିସ ତାକୁ ଧରିବାରେ ସଫଳ ହୋଇଥିଲା । '
ଏହା ମଧ୍ୟ ପଢନ୍ତୁ ...ଚେନ ଝାମ୍ପିବା ବେଳେ ନେଇଥିଲେ ମହିଳାଙ୍କ ଜୀବନ, ଝାଡ଼ଖଣ୍ଡରୁ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ ଏହା ମଧ୍ୟ ପଢନ୍ତୁ ...ଅପରାଧୀଙ୍କ ଟାର୍ଗେଟରେ ମହିଳା, ବୃଦ୍ଧାଙ୍କ ଠାରୁ ଲୁଟିଲେ ସୁନା ଚେନ |

'ଏମାନଙ୍କୁ ଧରିବା ପାଇଁ ପୋଲିସର ୬ଟି ଟିମ୍ ଗଠନ କରିଥିଲା । ପ୍ରଥମରୁ ଏ ଘଟଣାର କୋୖଣସି ସୁରାକ ମିଳିନଥିଲା । 76 ଜଣ ଅପରାଧୀଙ୍କ ତାଲିକା ବାହାର କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଅଭିଯୁକ୍ତମାନେ ବ୍ୟବହାର କରିଥିବା ଗାଡିକୁ ଆଧାର କରି 400ରୁ ଉର୍ଦ୍ଧ୍ବ ସିସିଟିଭି ଯାଞ୍ଚ କରାଯାଇଥିଲା । ଶେଷରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା ପୋଲିସ । '
ଇଟିଭି ଭାରତ, ଭୁବନେଶ୍ବର