ଖାକିର ମର୍ଯ୍ୟାଦା ଭୁଲିଗଲେ ପୋଲିସବାବୁ, ଥାନାରେ କଲେ ନାଗିନ ଡାନ୍ସ - police officer viral video
🎬 Watch Now: Feature Video
ଯାଜପୁର: ଥାନା ଭିତରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଫୁଲ ଭଲ୍ୟୁମରେ ବାଜୁଛି ଗୀତ ଓ ନାଚୁଛନ୍ତି ପୋଲିସ ବାବୁ। ନାଗିନ ଡ୍ୟାନ୍ସରେ ଝୁମୁଛି ସମସ୍ତଙ୍କ ପାଦ। ଖାକିରେ ଥାଇ ବି ପୋଷାକର ମର୍ଯ୍ୟାଦା ଭୁଲି ଯାଇଛନ୍ତି ପୋଲିସବାବୁ ଓ ମାଡାମ୍। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାଣିକୋଇଲି ମେଲଣ ଥିବାରୁ ଆନନ୍ଦିତ ହୋଇ ସମ୍ପୂର୍ଣ୍ଣ ୟୁନିଫର୍ମରେ ପୋଲିସ ବାବୁ ମାନେ ରଙ୍ଗ ଖେଳିବା ସହ ଓଡିଆ ଗୀତରେ ଠୁମକା ଓ ଜବରଦସ୍ତ ଡ୍ୟାନ୍ସ ତଡକା ଲଗାଉଥିବା ଦେଖିବାକୁ ମିଳିଛି। ଏହା ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଭିତରର ଯେଉଁଠି ପୋଲିସ୍ ବାବୁଙ୍କ ନାଚଗୀତର ଦୃଶ୍ୟକୁ ନେଇ ସୃଷ୍ଟି ହୋଇଛି ଅଡୁଆ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ
Last Updated : Apr 6, 2021, 12:05 PM IST